ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା କୁର୍ତମ ଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଦ୍ୟାଧର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ସହକାରି ଶିକ୍ଷକ ବିନଦ କୁମାର ବେହେରା ମଞ୍ଚ ପରିଚାଳନା ଏବଂ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ.। ବିଦ୍ୟାଳୟଟି ବହୁ ସମସ୍ୟା ଦେଇ ଗତି କରୁଛି ଓ ବିଦ୍ୟାଳୟର ଆବଶ୍ୟକ ସମସ୍ୟାର ସମାଧାନ ପାଇଁ ମଞ୍ଚରୁ ମଞ୍ଚାସିନ ଅଥିତିମାନଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପବିତ୍ର ଗଡ଼ତିଆ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନାର୍ଦନପାଣିଗ୍ରାହୀ, (ଜିଲ୍ଲା ସାଧାରଣ ସମ୍ପାଦକ, A.U.P.T.F କନ୍ଧମାଳ ଶ୍ରୀ ଶରତ ଚନ୍ଦ୍ର ମାଝୀ, ସଭାପତି ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ କନ୍ଧମାଳ ଶ୍ରୀ କୁମାର ପରାସେଟ, ସି. ଆର. ସି ସି ପ୍ରତାପ ସିଂ ବାରିକ, ପୂର୍ଵତନ ପ୍ରଧାନ ଶିକ୍ଷକ ନୋଡାଲ ସ୍କୁଲ ତଥା ପଡିକିଆ କୋଲନି ସାହି ବର୍ତମାନ ପ୍ରଧାନ ଶିକ୍ଷକ ଡମ୍ବୁରୁ ଧର ସାହୁ, ସମାଜ ସେବି ଶ୍ରୀ ଲିଙ୍ଗରାଜ ପ୍ରଧାନ ଏବଂ ଶ୍ରୀ ବିନଦ ବିହାରୀ ଦେଓ, ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର ଉପସ୍ଥିତ ଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମରେ ଅଭିଭାବକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଦ୍ୟାଳୟରେ ପାଠ ସାଙ୍ଗକୁ ପିଲାମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତା ମାନେ ମନ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପବିତ୍ର ଗଡ଼ତିଆଙ୍କ ଦ୍ବାରା ଓ ଅନ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ଦେଖିବାକୁ ମିଳିଛି l