ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ପିସିସି ସଭାପତି ଏବଂ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ଵ ଶିବ ମନ୍ଦିର ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ୟ୍ୟନ୍ତ ଏକ ଶାନ୍ତି ପୂର୍ଣ୍ଣ ସଭା ଯାତ୍ରା ବାହାରି ଥିଲା । ନାରୀ ନିର୍ଯାତନା, ନାରୀ ବଳାତ୍କାର, ନାରୀଙ୍କ ସୁରକ୍ଷା ଏବଂ ବିଧାନ ସଭାରେ କଂଗ୍ରେସ ବିଧାୟକମାନଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସଭାପତି ମୂର୍ସୁତା ମଣ୍ଡଳଙ୍କ ନେତୃତ୍ୱରେ ଶାନ୍ତି ପୂର୍ଣ୍ଣ ଭାବେ କଂଗ୍ରେସ ର କେଣ୍ଡେଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଥିଲା । ଏହି ସଭା ଯାତ୍ରାରେ ବିଧାୟକ ପ୍ରତିନିଧି ରାମଚନ୍ଦ୍ର ନାୟକ, ନୂଆଗଡ ନୀରଳ ସିଂ, ରାୟଗଡ଼ ବ୍ଲକ୍ କଂଗ୍ରେସ ସମ୍ପାଦକ କୁମୁଦ ସ୍ୱାଲସିଂ, ରାୟଗଡ଼ ବ୍ଲକ୍ କଂଗ୍ରେସର କର୍ମୀମାନେ ଉପସ୍ଥିତ ଥିଲେ ।