ଘୁ.ଉଦୟଗିରି ଠାରେ ଅତିରିକ୍ତ ଦୌରା ଜର୍ଜ କୋର୍ଟ ସ୍ଥାପନ ଓ ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାର ପୂର୍ଣ୍ଣ କାର୍ଯ୍ୟକ୍ଷମ ନିମନ୍ତେ ଦାବୀ ଜୋର ଧରିଲା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ସ୍ଥିତ ଘୁ.ଉଦୟଗିରି ଠାରେ ଥିବା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ସ୍ଥାପନ ଏବଂ ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ଣ୍ଣ କ୍ଷମ ନିମନ୍ତେ ପୁଣିଥରେ ଦାବୀ ଜୋର ଧରିଛି I ବ୍ରିଟିଶ ଅମଳ(ଇଷ୍ଟ ଇଣ୍ଡିଆ କମ୍ପାନୀ) ଶାସନ ସମୟରୁ ବହୁ ପୁରାତନ କୋର୍ଟ ଘୁ.ଉଦୟଗିରି ଠାରେ ସ୍ଥାପିତ ହୋଇ ଥିଲା l ଏହା ସହ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ସ୍ଥାପିତ ହୋଇ ଥିଲା l ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରି ନିଯୁକ୍ତି ହୋଇ ନାହାନ୍ତି l ଏହି କାର୍ଯ୍ୟାଳୟର ପରିଚାଳନା ନିମନ୍ତେ ପୂର୍ବତ୍ତନ ସରକାର ବ୍ଲକ ବିଡ଼ିଓ ଓ ସ୍ଥାନୀୟ ତହସିଲଦାରଙ୍କୁ ଦାୟିତ୍ୱ ଦେଇ ଥିଲେ l ହେଲେ ବର୍ତ୍ତମାନ ଏହି କାର୍ଯ୍ୟାଳୟକୁ ପୂର୍ଣ୍ଣ କ୍ଷମତା ନିମନ୍ତେ ପୁନର୍ବାର ଦାବୀ ଜୋର ଧରିଛି l ଘୁ.ଉଦୟଗିରି ଅତିରିକ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଉପରେ 4 ଗୋଟି ବ୍ଲକ ଅର୍ଥାତ ଘୁ.ଉଦୟଗିରି, ରାଇକିଆ, ଟିକାବାଲି ଏବଂ ଚକାପାଦ ଅଞ୍ଚଳବାସୀର ପାଖା ପାଖି ଦୁଇ ଲକ୍ଷ ଲୋକ ନିର୍ଭର କରିଥାନ୍ତି l ହେଲେ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ନ ହେବାରୁ ଏହି ଚାରୋଟି ବ୍ଲକର ଜନସାଧାରଣଙ୍କ ଉପର ସିଧାସଳଖ ପ୍ରଭାବ ପଡୁଛି I ଦୁଃଖ ଓ ପରିତାପର ବିଷୟ ସ୍ୱାଧୀନତାକୁ 77 ବର୍ଷ ବିତିଯାଇଥିଲେ ସୁଦ୍ଧା ଅଞ୍ଚଳବାସୀଙ୍କ ପ୍ରାଥମିକତା ନ୍ୟାର୍ଯ୍ୟ ଦାବୀ ବର୍ତ୍ତମନ ସୁଦ୍ଧା ପୁରଣ ହୋଇପାରିନାହିଁ I ସେହି ପରି ଭାବରେ ଘୁ.ଉଦୟଗିରି ଠାରେ ଥିବା ଅତିରିକ୍ତ ଦୌରା ଜଜଙ୍କ କୋର୍ଟ ନ ଥିବାରୁ ଏହି ଚାରୋଟି ବ୍ଲକର ଜନସାଧାରଣ ବାଲିଗୁଡ଼ା ଓ ଫୁଲବାଣୀ ଉପରେ ନିର୍ଭର କରି ବହୁ ଖର୍ଚ୍ଚାନ୍ତ ହୋଇ ଥାନ୍ତି l କେବଳ ଏତିକି ନୁହେଁ 300କିମି ରାସ୍ତା ଅତିକ୍ରମ କରି କୋର୍ଟ କାମରେ ଯାଇ ଥାନ୍ତି l ଗମନାଗମନ ଦୃଷ୍ଟି କୋଣରୁ ରାଇକିଆ ବ୍ଲକ କରଡ଼ା, ରଣବା, ଗୋଛା, ବାରବା ଏବଂ ଚକାପାଦ ବ୍ଲକର ବ୍ରାହ୍ମଣ ପାଦ, ପସରା, ଚାହାଳୀ, କଖାରୁଝୁଲା ଭଳି ପଞ୍ଚାୟତରେ ଟେଲିଫୋନ ଦ୍ୱାରା ଯୋଗାଯୋଗ ହୋଇପାରୁନଥିବା ଯୋଗୁଁ ବିଭିନ୍ନ ସମୟରେ କୋର୍ଟ ଦ୍ୱାରା ସମନ ନ ପାଇ ୱାରେଣ୍ଟର ଶିକାର ମଧ୍ୟ ହେଉଥିବା ଅଭିଯୋଗ ହୋଇ ଆସୁଛି I ବହୁ ବର୍ଷ ହେବ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ସ୍ଥାପନ ପାଇଁ ଦାବୀ ହୋଇ ଆସୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଲୋକଙ୍କ ହିତ ଦୃଷ୍ଟିରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆ ଯାଇନ ଥିବା କହିଛନ୍ତି ଅଞ୍ଚଳ ବାସୀ l ତେଣୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି I ଯାହା ପାଇଁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି I ଉକ୍ତ ଗୁରୁତ୍ୱପୂର୍ଣ୍ଣ ଦାବୀକୁ ନେଇ ଘୁ.ଉଦୟଗିରି ଓକିଲ ସଂଘ ପକ୍ଷରୁ ଲିଖିତ ଦାବୀ ପତ୍ର ପ୍ରଦାନ କରା ଯାଇଛି ଏବଂ ଦାବୀକୁ ଆଧାର କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ଆଇନ ବିଭାଗୀୟ ଅଧ୍ୟକ୍ଷଙ୍କୁ କୋର୍ଟ ସ୍ଥାପନା ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ ଚିଠି ମାଧ୍ୟମରେ ଜଣେଇଛନ୍ତି I କିନ୍ତୁ ତାହା ଉପରେ କୌଣସି ବିହିତ ପଦକ୍ଷେପ ହୋଇନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଓକିଲ ସଂଘ I ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କୋର୍ଟରେ କୌଣସି ପ୍ରକାର ମାମଲାର ଫଇସଲା ନିମନ୍ତେ ବାଲିଗୁଡ଼ା କୋର୍ଟ ଯାଇ ଲୋକେ ଦିନ ତମାମ ରହି ଖର୍ଚ୍ଚାନ୍ତ ହେବା ସହ ସଙ୍ଗେ ସଙ୍ଗେ ଗାଁକୁ ଫେରିବାରେ ଆର୍ଥିକ ଓ ମାନସିକ କଷ୍ଟ ଭୋଗୁଥିବା ଅଭିଯୋଗ ଆଣିଛନ୍ତି ଲୋକେ  I ନୂତନ ଆଇନ ପ୍ରଣୟନ ଦ୍ୱାରା ସହକାରୀ ଦୌରା ଜର୍ଜରେ ଥିବା ମାମଲା କ୍ଷମତା ଯଥା ବଳାତ୍କାର, ହତ୍ୟା, ଏନଡିପିଏସ, ପୋକ୍ସ, ପାରିବାରିକ ଅଦାଲତର ସମାଧାନ ନିମନ୍ତେ ବାଲିଗୁଡା ଏବଂ ଫୁଲବାଣୀ କୋର୍ଟକୁ ଯିବାଆସିବା କରି ଥାନ୍ତି l ଯାହା ଫଳରେ ଏହା ଲୋକଙ୍କ ମାନସିକ ଓ ଆର୍ଥିକ କ୍ଷେତ୍ରରେ ସିଧା ପ୍ରଭାବ ପଡୁ ଥିବା କହିଛନ୍ତି ଜନସାଧାରଣ I  ସେହି ଭଳି ସ୍ଥାନୀୟ ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ ଅଧିକାରୀ ନ ଥିବା ଯୋଗୁଁ ଅଞ୍ଚଳ ବାସୀ ଦୁଃଖ ପ୍ରକଟ କରିଛନ୍ତି I ଉକ୍ତ ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଧ୍ୟାନରେ ରଖି ଅତିରିକ୍ତ ଦୌରା ଜର୍ଜ, ଅତିରିକ୍ତ ଉପ- ଜିଲ୍ଲାପାଳଙ୍କୁ ପୂର୍ଣ୍ଣ କ୍ଷମତା ଓ କାର୍ଯ୍ୟାଳୟର କାର୍ଯ୍ୟକ୍ଷମ କରିବା ନିମନ୍ତେ ଓକିଲ ସଂଘ, ପ୍ରେସ କ୍ଲବ, ବ୍ୟବସାୟୀ ସଂଘ, ମିଳିତ କ୍ରିୟାନୁଷ୍ଠାନ କମିଟି, ମା ବରାଳଦେବୀ ଘରୋଇ ମୋଟର କର୍ମଚାରୀ ସଂଘ, ମା ବରାଳିନୀ ଅଟୋ ମାଲିକ ସଂଘ, ବହୁ ଅନୁଷ୍ଠାନ ଏବଂ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବୀ ହେଉଛି I ଯଥାଶୀଘ୍ର ଦାବୀ ପୁରଣ ନ ହେଲେ ଆଗାମୀ ଦିନ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ I