ରାୟଗଡ଼ ମୁଖ୍ୟ ରାସ୍ତାକରେ ଟ୍ରକକୁ ପଛପଟୁ ପିଟିଲା ବାଇକ, ଜଣେ ଆହତ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସଦର ମହକୁମା ମୁଖ୍ୟ ସଡକରେ ଆଜି ସନ୍ଧ୍ୟା ସାତଟା ବେଳେ ଟ୍ରକକୁ(OD07-S-9921) ପଛ ପଟୁ ଏକ ବାଇକ (OD 20-C-8403) ପିଟି ହେଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ବାଇକଟି ରାୟଗଡ଼ରୁ ରଘୁନାଥ ପୁର ଗ୍ରାମ ଆଡ଼କୁ ଗଲା ବେଳେ ଟ୍ରକଟି ପାରଳାଖେମୁଣ୍ଡିରୁ ରା.ଉଦୟଗିରି ଅଭିମୁଖେ ଯାଉଥିଲା l ଏତିକି ବେଳେ ଏହି  ଦୁର୍ଘଟଣାଟି  ଘଟିଥିବା ସୂଚନା ରହିଛି । ଯାହା ଫଳରେ ବାଇକ୍ ଆରୋହୀ ଜଣ ଆହତ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ରାୟଗଡ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ । ପରେ ସେ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ସ୍ଥାନାନ୍ତର କରିଥିଲେ । ଗୁରୁତର ଜଣଙ୍କ ହେଲେ ରଘୁନାଥ ପୁର ଗ୍ରାମର କବିରାଜ ଭୂୟାଁ । ଘଟଣା ସ୍ଥଳରେ ରାୟଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଦୁଇ ଯାନକୁ ଅଟକ ରଖିଛି l