ପିଏମଶ୍ରୀ କ୍ରୀଡା ଉତ୍ସବରେ ନାଚ ଗୀତରେ ଝୁମିଲା ଉଦଯାପନୀ ଦିବସ…

ରା.ଉଦୟଗିରି( ଆକାଶ ଦାସ): ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ ଏମ୍ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ କ୍ରୀଡା ଉତ୍ସବ ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ ପୁଟ, ଡିସ୍କସ ଆଦି ୪୬ ଗୋଟି ପ୍ରତିଯୋଗୀତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀଯୁକ୍ତ ସାଧୁଚରଣ ଦଣ୍ଡସେନା ସଭାପତି ଓ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବାବେଳେ ସ୍ଥାନୀୟ ସରପଞ୍ଚଙ୍କ ସହ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ । ପିଲାମାନେ ନିଜକୁ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗରରେ ସଜାଇ ନୃତ୍ୟ ଗୀତ ଆଦି ପରିବେଷଣ କରି ଦର୍ଶକ ତଥା ଅଭିଭାବକମାନଙ୍କ ମନକୁ ଆକୃଷ୍ଟ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ସହିତ ତାରିଣୀ ଚରଣ ମଣ୍ଡଳ, ଯୁଧିଷ୍ଠିର ପାଇକ, କିଶୋର ଦଣ୍ଡସେନା, ନୀଳକଣ୍ଠ ନାୟକ, ବିରଞ୍ଚି ମଣ୍ଡଳ, ଦିଗାମ୍ବର ଦାସ, କେଦାର ନାଥ କର, ସୁଶାନ୍ତ ସାହୁ, ମନୋଜ ଭୂୟାଁ, ଉଷା ଦେବୀ ଜାନୀ, ରବିନା ଦାସ, ବିରଜାମାଳିନୀ ନାୟକ, ମମତା ବେହର୍ଦଳାଇ, ସୁଷମା ବାଣୁଆରାୟୀ, ପ୍ରଜ୍ଞାଦୀପ୍ତା ପାଇକ ଏବଂ ସଂଗୀତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଲ ମଣ୍ଡିତ କରାଇଥିଲେ । ଶ୍ରୀଯୁକ୍ତ ମାଧବ ଖୁଣ୍ଟିଆ ଉକ୍ତ କ୍ରୀଡା ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଶ୍ରୀଯୁକ୍ତ ଯୁଧିଷ୍ଠିିର ପାଇକ ମଞ୍ଚ ପରିଚାଳନା କରିଥିଲେ ।