ବିଦ୍ୟୁତ ତାର ଆଘାତରେ ଦୁଇଟି ପୋଢ଼ ମୃତ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମପଙ୍ଗା ଗ୍ରାମ ପଞ୍ଚାୟତର ଇର୍ପିଗୁଡା ଗ୍ରାମରେ ବିଦ୍ୟୁତ ଆଘାତରେ ଦୁଇଟି ପୋଢ଼ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ବାଲିଗୁଡା ଅଞ୍ଚଳରେ ବହୁତ ମାତ୍ରାରେ ଗ୍ରାମାଞ୍ଚଳ ରହିଅଛି ଏବଂ ଗ୍ରାମାଞ୍ଚଳ ଲୋକମାନେ ନିଜର ଚାଷ କାର୍ଯ୍ୟ କରିବାକୁ ଗୃହ ପାଳିତ ପଶୁ ପୋଡ଼ ଓ ବଳଦ ନିଜ ଘରେ ପାଳିଥାନ୍ତି । ବର୍ଷା ମାସ ହେଲେ ସେମାନଙ୍କୁ ଏକ ଗୁହାଳରେ ବାନ୍ଦି ରଖନ୍ତି ଏବଂ ପ୍ରତ୍ୟକ ଦିନ ଚରେଇବାକୁ ନେଇଥାନ୍ତି l କିନ୍ତୁ ଶୀତ ମାସରେ ଧାନ କଟା ସରିଲା ପରେ ଗୃହ ପାଳିତ ପଶୁ ମାନଙ୍କୁ ବାହାରେ ଛାଡିଦିଅନ୍ତି । ବର୍ତମାନ ଗ୍ରୀଷ୍ମ ଋତୁରେ ଗୃହ ପାଳିତ ପଶୁମାନେ ବାହାରେ ବୁଲି ବୁଲି ଖାଇବାକୁ ଗଲା ସମୟରେ ବିଦ୍ୟୁତ ତାର ତଳେ ପଡିଥିବାବେଳେ ଦୁଇଟି ପୋଡ଼ ବିଦ୍ୟୁତ ତାର ଆଘାତରେ ମୃତ୍ୟୁ ହେଇଯାଇଛି ।ଏହି ଘଟଣା ହେବାପରେ ଅଞ୍ଚଳବାସୀ ମାନେ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ଏବଂ କ୍ଷତି ପୂରଣ ଦାବି କରିଛନ୍ତି ।