ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା ଅଭିଯୋଗ…

ବାଲିଗୁଡ଼ା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା  ବ୍ଲକ୍ ଅଫିସରେ ଉପଖଣ୍ଡ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅବ୍ୟବସ୍ଥା ହୋଇ ଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଠାରେ ଊପଖଣ୍ଡ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଇଛି l କିନ୍ତୁ ସ୍ଥାନୟ ପ୍ରଶାସନିକ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ଦେଖି କୌଣସି ବ୍ୟବସ୍ଥା କରାଯାଇ ପାରିନି ଯାହା ଫଳରେ ଦୁର ଦୁରାନ୍ତରୁ ଆସିଥିବା ଭିନ୍ନକ୍ଷମ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସରକାରଙ୍କ ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅବ୍ୟବସ୍ଥା ଅଂଚଳ ବାସୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଛି ।