ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ…

ବାଲିଗୁଡା(ସିବନ୍ତ ଦିଗାଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଖମଣଖୋଲ ପଞ୍ଚାୟତ ଠାରେ ଆୟୁଷ୍ମାନ ଭାରତ ଜନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭିଡିଓ କନଫରେନ୍ସ ଯୋଗେ ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ରାଜ୍ୟ ବ୍ୟାପୀ ସମସ୍ତ ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ବାଲିଗୁଡ଼ା ବ୍ଲକର ସେନ୍ଦ୍ରିଗାଁ, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାଲିଗୁଡ଼ା ବିଡିଓ ନେତୃତ୍ଵରେ ଖମଣଖୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦୁଇଟି ପଞ୍ଚାୟତ ଜନ ସାଧାରଣଙ୍କୁ ନେଇ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅତିଥି ଭାବେ ବିଜେପି ବିଧାୟକ ପାର୍ଥିନି କଳ୍ପନା କହଁର, ଜିଲ୍ଲା ସମ୍ପାଦକ ଅର୍ଜୁନ କୁଦେଇ, ସ୍ଥାନୀୟ ପ୍ରଶାସନ ଅଧିକାରୀମାନେ, ଖମଣଖୋଲ ସରପଞ୍ଚ, ସମିତି ସଭ୍ୟା, ଜନ ପ୍ରତିନିଧିମାନେ, ଏସଏଚଜି ଗ୍ରୁପର ମହିଳାମାନେ, ଏମବିକେ, ସିଆରପି ମହିଳା ମାନେ, ସ୍ବାସ୍ଥ୍ୟ କର୍ମୀ ଓ ବହୁ ମାତ୍ରାରେ ପଞ୍ଚାୟତ ବାସି ଉପସ୍ଥିତି ଥିବା ଦେଖିବାକୁ ମିଳିଛି ।