କଳାହାଣ୍ଡି(ଅଶ୍ୱିନ ମଲ୍ଲିକ) ଗୋଲାମୁଣ୍ଡା ବ୍ଲକ ସଦରରେ ଥିବା ଦୁଇଟି ଏ.ଟି.ଏମ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବାରୁ ଲୋକେ ଟଙ୍କା ଉଠାଇ ନ ପାରି ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଛି l କିଛି ଦିନ ତଳେ ବ୍ୟାଙ୍କ ଲଗାତାର ତିନି ଦିନ ଧରି ବନ୍ଦ ହେବା ଫଳରେ ଅନେକ ଲୋକ ହଇରାଣ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା l ସୂଚନା ଥାଉ କି ଗୋଲାମୁଣ୍ଡାରେ ଏସ.ବି.ଆଇ ଏବଂ ଏକ୍ସସିସ ବ୍ୟାଙ୍କ ଏଟିଏମ ଥିଲେ ସୁଦ୍ଧା ଦୁଇଟି ଯାକ ଅଚଳ ହୋଇ ପଡିଛି l ଗୋଲାମୁଣ୍ଡା ସମେତ ଆଖ ପାଖ ପ୍ରାୟ କୋଡ଼ିଏଟି ଗାଁର ଲୋକମାନେ ଏହି ଏଟିଏମ ଉପରେ ନିର୍ଭର କରନ୍ତି l ଏଟିଏମ ଅଚଳ ହେବା ଯୋଗୁଁ ଆବଶ୍ୟକ ସମୟରେ ଲୋକେ ଟଙ୍କା ଉଠାଇବାରୁ ବଞ୍ଚିତ ହେଉଛନ୍ତି l ତେବେ କିଛି ଦିନ ପୂର୍ବେ ଏସ.ବି.ଆଇ ଏଟିଏମର ମରାମତି କାର୍ଯ୍ୟ କରୁଥିବାର ଲକ୍ଷ୍ୟ କରାଯାଉଥିବା ବେଳେ ଏକ୍ସସିସ ବ୍ୟାଙ୍କ ଏଟିଏମ ବିନା କାରଣରୁ ଅଚଳ ହୋଇ ପଡିବା ଗ୍ରାହକଙ୍କ ବହୁ ସମସ୍ୟା ସୃଷ୍ଟି କରିଛି l