ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦରମହକୁମା ଠାରେ ଶ୍ରୀରାମ ନବମୀ ଉପଲକ୍ଷେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଶହ ଶହ ହିନ୍ଦୁମାନଙ୍କ ସମାଗମ ହୋଇ ଗୋଲାମୁଣ୍ଡା ଜଗନ୍ନାଥ ମନ୍ଦିର ଠାରୁ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ନବମୀ ଅବସରରେ ଗୋଲାମୁଣ୍ଡା ନଗର ସାରା ଭଗୱା ଧ୍ଵଜ ସହ ରାମ ନାମ ର ଧ୍ବନି ଚାରିପଟେ ପ୍ରଙ୍କପିତ ହେଉଥିଲା । ଗୋଲାମୁଣ୍ଡା ନଗରରେ ପ୍ରାୟ ଦେଢ଼ କିଲୋମିଟର ପାଖାପାଖି ଗେରୁଆ ରଙ୍ଗରେ ରଙ୍ଗିନ ହୋଇଥିଲା ରାଜ ରାସ୍ତା । ଶ୍ରୀରାମ ନବମୀ ଅବସରରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ହିନ୍ଦୁ ସଂଗଠନ ଗୁଡ଼ିକ ଯୋଇହୋଥିବା ବେଳେ ମହିଳାମାନଙ୍କର ସମାଗମ ମଧ୍ୟ ଉତ୍ସବକୁ ଦ୍ଵିଗୁଣିତ କରିଥିଲା । ମହିଳା ମାନେ ନିଜ ନିଜ ଘର ସମ୍ମୁଖରେ ଝୁଟି ସହ ପୂର୍ଣ୍ଣ କଳସୀ ସ୍ଥାପନ କରିବା ସହ ହିନ୍ଦୁ ରିତୀନୀତି ଅନୁସାରେ ପୂଜାର୍ଚ୍ଚନା କରୁଥିବା ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ଭାରତ ବର୍ଷରେ ଅନ୍ୟାନ୍ୟ ସ୍ଥାନରେ ବହୁ ଆଡମ୍ବର ସହିତ ଶ୍ରୀରାମ ନବମୀ ପାଳନ ହେଉଥିବା ସତ୍ବେ ଗୋଲାମୁଣ୍ଡାରେ ଚଳିତ ବର୍ଷ ଭକ୍ତିମୟ ପରିବେଶରେ ଗୋଲାମୁଣ୍ଡା ନଗର ପ୍ରକମ୍ପିତ ହୋଇଥିଲା । ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ, ବରିଷ୍ଠ ଭାଜପା ନେତା ପ୍ରସନ୍ନ ରାଉତ, ମଣ୍ଡଳ ସଭାପତି ବୈଶାଖୁ କେତକୀ, ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ବିଶ୍ବହିନ୍ଦୁ ପରିଷଦର ସଭାପତି ସୁଦର୍ଶନ ନେଗୀ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଗୋଲାମୁଣ୍ଡା ଖଣ୍ଡ ସହ କାର୍ଯ୍ୟ ବାହ ହୃଦାନନ୍ଦ ସା, ପ୍ରଚାର ପ୍ରମୁଖ ବ୍ରହ୍ମା ପ୍ରସାଦ କାଣ୍ଡ, ଗୋଲାମୁଣ୍ଡା ବଜରଙ୍ଗଦଳ ସଂଯୋଜକ ସୌମ୍ୟରଞ୍ଜନ ପଣ୍ଡା,ଏଭିବିପିର କାର୍ଯ୍ୟ କର୍ତ୍ତା । ଶ୍ରୀରାମ ସେନାର ସଭାପତି ରାଜେଶ ବିଶି, ସଂପାଦକ ସମିପ ରାଉତ, କୋଷାଧ୍ୟକ୍ଷ ସଚିଦାନନ୍ଦ ନେଗୀ, ଉପ ସଭାପତି ଯଶୋବନ୍ତ ବିଶି ଏବଂ ଶତାଧିକ ରାମ ଭକ୍ତ ଉପସ୍ଥିତି ଥିଲେ । ଗୋଲାମୁଣ୍ଡା ହିନ୍ଦୁ ଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ପ୍ରତିବର୍ଷ ପାଳନ ହେବ ବୋଲି ଶ୍ରୀରାମ ସେନା ମତ ବ୍ୟକ୍ତ କରିଥିଲେ ।