ଜଳ ସଙ୍କଟରେ ଘୁ.ଉଦୟଗିରି ସହର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ l ଯାହାକି ପୁରାତନ ସହର, ବ୍ଲକ, ତହସିଲ ଓ ବିଧାନସଭା କ୍ଷେତ୍ର l କିନ୍ତୁ ଆଜି ଏହା ଅବହେଳିତ l ପ୍ରଶାସନର ଅବହେଳା ଓ କୁଚକ୍ରୀଙ୍କ ଲଲୁପ ଦୃଷ୍ଟି ଯୋଗୁଁ ସାଲୁଙ୍କି ନଦୀ ପଠା ଜବର ଦଖଲ ହେବା ଦ୍ୱାରା ସହରରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି l ଦିନକୁ ଦିନ ନଦୀ ପଠା ଜବର ଦଖଲ ହେବା ଯୋଗୁଁ ନଦୀ ସଂକୀର୍ଣ୍ଣ ହେବାରେ ଲାଗିଛି ଓ ପାଣି ପ୍ରବାହିତ ହେଉ ନାହିଁ l ଏନେଇ ବାରମ୍ବାର ଅଭିଯୋଗ ହେଉ ଥିଲେ ସୁଦ୍ଧା ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ l ଯାହାର ଜ୍ୱଳନ୍ତ ଉଦାହରଣ ୱାର୍ଡ 5 କ୍ଲବ ସାହିରେ ଦେଖିବାକୁ ମିଳିଛି l କିଛି ବର୍ଷ ପୂର୍ବେ କ୍ଲବ ସାହି ପମ୍ପ ହାଉସରୁ 13ଟି ୱାର୍ଡକୁ ପାନୀୟ ଜଳ ଯୋଗାଣ ଯଥେଷ୍ଟ ପରିମାଣରେ ହେଉ ଥିଲା l ବର୍ଷ ବର୍ଷ ଧରି ପାଇପ ନଦି ପୁନଃରୁଦ୍ଧାର ନ ହେବା ଯୋଗୁଁ ତାହା ସମ୍ପୂର୍ଣ୍ଣ ଭାବେ ପଙ୍କ ପଡ଼ି ପୋତି ହୋଇ ଯାଇଛି l ଯାହା ପାଇଁ ସହରରେ ପାନୀୟ ଜଳ ଯୋଗାଣ ଏକ ପ୍ରକାର ବନ୍ଦ ହୋଇ ଯାଇଛି l ଏନେଇ ଗ୍ରାମ୍ୟ କମିଟି ପକ୍ଷରୁ ସାମ୍ବାଦିକ ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗୁଞ୍ଜନ ପ୍ରଧାନ, କାନ୍ହୁ ଚରଣ ପାଣିଗ୍ରାହୀ, ବାଲୁଙ୍କେଶ୍ୱର ମଲିକ, ବାବୁଲି ନାୟକ, ଅରକ୍ଷିତ ସାହୁ, ମନୋଜ ଦିଗାଲ, ରବି ସାହୁଙ୍କ ସମେତ ବହୁ ଗ୍ରାମ ବାସୀ ବିଜ୍ଞାପିତ ଅଂଚଳ ପରିଷଦ ଓ ପିଏଚଡିରେ ଦରଖାସ୍ତ ଦାଖଲ କରି ପୁନଃରୁଦ୍ଧାର ପାଇଁ ଦାବୀ କରି ଥିଲେ l ଏହା ସହ ୱାର୍ଡ 5ର କାଉନ୍ସସିଲର ପି ସଂଜୀବ କୁମାର ପାତ୍ର ଓ ଯୁବନେତା ଏନ ରାଜା ରାଓ ମଧ୍ୟ ଏନଏସି କତୃପକ୍ଷଙ୍କୁ ଅବଗତ କରି ଥିଲେ l ଶେଷରେ ବାଧ୍ୟ ହୋଇ ଏନଏସି ପକ୍ଷରୁ ରବିବାର ଦିନ ପାଇପ ନଦୀ ଉଧାର କାର୍ଯ୍ୟ ଆରମ୍ଭ ହୋଇଛି l ପ୍ରଶାସନର ଅବହେଳା ଯୋଗୁଁ ବୁନ୍ଦାଏ ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ସମଗ୍ର ଘୁ.ଉଦୟଗିରି ବାସୀ l ଅନ୍ୟ ପକ୍ଷରେ ସିର୍କି ଡେମ ମଧ୍ୟ ପୁନଃରୁଦ୍ଧାର ନ ହେବା ଯୋଗୁଁ ସମ୍ପୂର୍ଣ୍ଣ ସୁଖୀ ଯିବା ଯୋଗୁଁ ପାନୀୟ ଜଳ ଯୋଗାଣରେ ସମସ୍ୟା ଦେଖା ସହ ଚାଷଙ୍କ ଚାଷ ଜମିକୁ ଜଳ ଯୋଗାଣ ହୋଇ ପାରୁନ ଥିବା ଦେଖା ଦେଇଛି l ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସହର ବାସୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଜଳ ସଂରକ୍ଷଣ ପ୍ରକଳ୍ପ ସ୍ଥାପନ ଓ ସାଲୁଙ୍କି ନଦୀ ପଠା ପୁନଃ ରୁଦ୍ଧାର ପାଇଁ ଅଂଚଳ ବାସୀ ଦାବୀ କରିଛନ୍ତି l