ଡାକ୍ତର ଖାନାକୁ ଆସି ପ୍ରସବ ପ୍ରକୋଷ୍ଠ ବାହାରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ୧୩ ବର୍ଷୀୟା ନାବାଳିକା…

ଦାରିଙ୍ଗବାଡି(ଆଶୋକ ସିଂ): ବାଲ୍ୟ ବିବାହ ନ କରିବାକୁ  ବାରମ୍ଵାର ସଚେତନ କରାଯାଉଛି । ବିଭିନ୍ନ  ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀମାନେ ଘରକୁ ଘର ବୁଲି ସଚେତନା ସୃଷ୍ଠି କରୁଛନ୍ତି ତଥାପି କେଉଁଠି ନା କେଉଁଠି ତୃଟି ରହୁଛି ନା ବାଳିକା ଗର୍ଭବତୀ ହୋଇ ପ୍ରସବ କରିବାର ଖବର ଲୋକ ଲୋଚନକୁ ଆସିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜଣେ ୧୩ ବର୍ଷୀୟା ନାବାଳିକା ପ୍ରସବ ବେଦନା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ମଙ୍ଗଳବାର ଦିନ ସକାଳୁ ପ୍ରାୟ ୮ଘଣ୍ଟା ସମୟରେ ମେଡ଼ିକାଲକୁ ଆଣିଥିଲେ । ଗର୍ଭବତୀ ଜଣକ ନାବାଳିକା ଥିବାରୁ ତୁରନ୍ତ ଅନ୍ୟତ୍ର ବଡ ମେଡ଼ିକାଲ କୁ ନେବାପାଇଁ ଡାକ୍ତର ପରାମର୍ଶ ଦେବା ସହ ପ୍ରସବ ପ୍ରକୋଷ୍ଠରୁ ବାହାର କରିଦେଇ ଥିଲେ । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ପ୍ରସବ ପ୍ରକୋଷ୍ଠ ବାହାରେ ଆମ୍ବୁଲାନ୍ସ ଅପେକ୍ଷା କରିବା ସମୟରେ ନା ବାଳିକା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ l ଖବର ପାଇ ଗଣ ମାଧ୍ୟମ ପ୍ରତିନିଧି ମାନେମେଡ଼ିକାଲରେ ପହଞ୍ଚିଲା ପରେ ତରବରିଆ ଭାବେ ପୁଣି ପ୍ରସବ ପ୍ରକୋଷ୍ଠକୁ ନିଆଯାଇ ଥିଲା । ତେବ  ଉଭୟ ମା ଓ ଛୁଆ ସୁସ୍ଥ ଥିବା ବେଳେ ଶିଶୁର ଓଜନ ୨କେଜି ୨୩୫ ଗ୍ରାମ ଥିବା ଡ଼ାକ୍ତର ପ୍ରମୋଦ କୁମାର ସେଠୀ ସୂଚନା ଦେଇଛନ୍ତି । ଗର୍ଭବତୀ ନାବାଳିକାଙ୍କର କୌଣସି ରିସ୍କ ନେଇ ପାରିବୁ ନାହିଁ ବୋଲି ପ୍ରସବ ପ୍ରକୋଷ୍ଠ ରୁ ବାହାର କରିଦେବା ଘଟଣାରେ ପରିବାର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବାର ଲୋକେ । ଆମ ଝିଅ ଭୁଲ କରିଛି ସତ୍ ସେ କମ୍ ବୟସରେ କାହାକୁ କିଛି ନ ଜଣେଇ  ପ୍ରେମ ବିବାହ କରିଛି । ଏହି ଘଟଣା ଜଣା ପଡ଼ିବା ପରେ ଉଭୟ ପୁଅ ଝିଅଙ୍କୁ ଜେଲ ଦଣ୍ଡ ମିଳିଛି l ଝିଅ ଗର୍ଭ ଧାରଣ କରିଥିବାରୁ ଗତ ଦୁଇମାସ ହେବ ଆମେ ଆଣି ତାର ସେବା ଯତ୍ନ କରୁଛୁ ଏବଂ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ମେଡ଼ିକାଲ ଆଣିଲୁ କିନ୍ତୁ ମେଡ଼ିକାଲ କତ୍ତୃପକ୍ଷଙ୍କ ଠାରୁ ଏଭଳି ବ୍ଯବହାର ଆଶା କରି ନଥିଲୁ । ବାହାରେ ଖୋଲା ପରିବେଶରେ ସଦ୍ୟ ନବଜାତ ଶିଶୁ ପ୍ରସବ କରିବା କେତେ ସୁରକ୍ଷିତ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ଆମ କ୍ଷେତ୍ରରେ ଯାହା ଘଟିଲା ତାହା ଅନ୍ୟ ମାନଙ୍କ କ୍ଷେତ୍ରରେ ଯେପରି ନ ଘଟେ ସେଥିପାଇଁ ନା ବାଳିକାଙ୍କ ପିତା ନିବେଦନ କରିଛନ୍ତି । ଏପରି ସ୍ଥଳେ ବାଲ୍ୟ ଵିଵାହକୁ ନେଇ ଜେଲରେ ଭର୍ତ୍ତି କରିଦେବା ପରେ ସଂପୃକ୍ତ ଅଧିକାରୀମାନଙ୍କ କଣ ଦାୟିତ୍ଵ ରହିଛି ? କିଭଳି ଯତ୍ନ ନିଆଯାଉଛି ? ସରକାରୀ ବ୍ୟବସ୍ଥାକୁ କେତେ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରଶ୍ନ ବାଚି ଉଠିଛି ।