ପ୍ରତ୍ୟେକ ବିଦ୍ୟାଳୟରେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ, ଶିଶୁ ବାଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ….

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବୁଧବାର ବିଦ୍ୟାଳୟ ଗୁଡିକରେ ଚଳିତ ୨୦୨୫-୨ ୬ଶିକ୍ଷା ବର୍ଷ ପାଇଁ ପ୍ରଵେଶ ଉତ୍ସବ ଆୟୋଜନ କରାଯାଇ ପ୍ରାଥମିକ ଶିକ୍ଷାର ଖଡ଼ି ଛୁଆଁ ଓ ଶିଶୁ ବାଟିକାର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟମାନଙ୍କରେ ଶିଶୁମାନଙ୍କୁ ଆକର୍ଷିତ କରିବା ଭଳି ସାଜ ସଜ୍ଜା କରି  ପ୍ରବେଶ ଉତ୍ସବ କରାଯିବା ସହ ସେମାନଙ୍କୁ ନୂଆ କଳା ପଟା ସହ ଖଡ଼ି, ପାଠ୍ୟ ପୁସ୍ତକ ଦିଆଯାଇଥିଲା । ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇ ଶିଶୁମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ  ଉତ୍ସାହ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିଶୁମାନଙ୍କୁ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ଭାବେ ପ୍ରାଥମିକ ବିଦ୍ୟାଳୟ କୁ ଆସି ଛୋଟ ଶିଶୁଙ୍କ ମଧ୍ୟରେ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଥିଲା । ଦାରିଙ୍ଗବାଡି ବ୍ଲକର ବିଭିନ୍ନ କ୍ଲଷ୍ଟରର ବିଦ୍ୟାଳୟରେ ଏହି ଉତ୍ସବ ବଡ ଧୁମ ଧାମରେ ପାଳିତ ହୋଇ ଥିବା ବେଳେ ଝିଞ୍ଜିରୀଗୁଡା ସିଆରସିସି ପ୍ରସନ୍ନ କୁମାର ବେହେରାଙ୍କ ତତ୍ୱାବଧାନରେ ବାଘପଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶିଲ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କ ସମେତ ଶିଶୁଙ୍କ ଅଭିଭାବକ ଓ ସମସ୍ତ  ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇ ଏହି ଉତ୍ସବର ମାନ ବର୍ଦ୍ଧିତ କରିଥିଲେ କରିଥିଲେ ।