ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲାର ପୁଣି ଏକ ଦାଦନ ଦୁଃଖ l କେବେ ସରିବ ଦାଦନ ଶ୍ରମିକ ଦୁଃଖ । ରାଜ୍ୟରେ ରୋଜଗାର ଅଭାବ ହେତୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉ ଥିବା ବେଳେ ରାଜ୍ୟ ବାହାରୁ ଘରକୁ ଆସୁଛି ମୃତ ଶରୀର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଡୁମୁଡ଼ିସାହିରେ l ଚଳିତ ମାସ ୧ ତାରିଖ ଦିନ ବିଦ୍ୟୁତ୍ ଆଘାତ ମୃତ୍ୟୁ ଘଟି ମୃତ୍ୟୁ ଘଟିଥିବା ବେଳେ ଆଜି ଦାଦନ ଶ୍ରମିକଙ୍କ ମୃତ ଶରୀର କନ୍ଧମାଳ ଜିଲ୍ଲାର ଡୁମୁଡ଼ିସାହି ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେଉଛି । ସୂଚନା ମୁତାବକ ମୃତ ଯୁବକ ତାମିଲନାୟୁଡ଼ ତ୍ରିପୁରା ସହରରେ ଗୋଟିଏ ଘରେଇ ମିଠା କମ୍ପାନୀ କାର୍ଯ୍ୟ କରୁଥିଲେ । ମୃତକଙ୍କ ନାମ ରୋହିତ ଦିଗାଲ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ପ୍ରତ୍ୟେକ ଦିନ ଭଳି ସେ ସକାଳ କମ୍ପାନୀକୁ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇ ଥିଲେ l ଶେଷରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ଓ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଡୁମୁଡ଼ିସାହିର ବୋଲି ଜଣାପଡିଛି ।