ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ରାୟଗଡ଼ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା । ଆମ୍ବୁଲାନ୍ସକୁ କଲ ନ ଲାଗିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପରିବାର ଲୋକେ । ସୂଚନା ପ୍ରକାରେ ଗତ ବିଳମ୍ବିତ ରାତି ପ୍ରାୟ ଦୁଇଟା ବେଳେ ରାୟଗଡ଼ ଗ୍ରାମ ପର୍ବତ ସାହି ବାସିନ୍ଦା ବିରେନ୍ଦ୍ର ମିଶାଲଙ୍କ ପୁଅ କୁନା ମିଶାଲଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତାଙ୍କୁ ତାଙ୍କ ପରିବାର ଲୋକେ ନିକଟ ରାୟଗଡ଼ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ ହେଁ ତାଙ୍କର ସ୍ଵାସ୍ଥ୍ୟବସ୍ଥା ପୁଣି ବିଗିଡି ବାରୁ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ କହିଥିଲେ । ଏହା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ କଲ କରିଥିଲେ । ବାରମ୍ବାର କଲ କରିବା ପରେ ମଧ୍ୟ ଆମ୍ବୁଲାନ୍ସ ନମ୍ବର ସହ ଯୋଗା ଯୋଗ ହୋଇ ପାରି ନଥିଲା । ଯାହା ଫଳରେ କି ଶେଷରେ ଯୁବକ ଜଣଙ୍କର ଜୀବନ ଚାଲି ଜାଇ ଥିଲା । ଚିକିତ୍ସାଧୀନ ଅବସ୍ଥାରେ ହିଁ ପ୍ରାୟ ଆନୁମାନିକ ଚାରିଟା ବେଳେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।