ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଦିନ ପ୍ରବେଶ ଉତ୍ସବ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜ କୁମାରୀ ସ୍ଵାଲ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମରେ ନୂତନ ଶିକ୍ଷାବର୍ଷ ପାଇଁ ଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି । ଏହି ଅବସରରେ ବିଦ୍ୟାଳୟକୁ ଆକର୍ଷିତ କରିବା ଭଳି ବିଭିନ୍ନ ରଙ୍ଗ ବେରଙ୍ଗ ବେଲୁନ ଓ ତୋରଣ ମାଳରେ ସାଜସଜ୍ଜା କରାଯାଇ ଥିଲା l ନୂତନ ଭାବେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀମାନଙ୍କୁ ଫାଟକ ସମ୍ମୁଖରୁ ଫୁଲ ଚନ୍ଦନ ଦେଇ ଶ୍ରେଣୀ ଗୃହ ପର୍ଯ୍ୟନ୍ତ ପାଛୋଟି ନିଆ ଯାଇ ଥିଲା । ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ପାଠପଢ଼ାରେ ମନ ନିବେଶ କରିବାକୁ ଏବଂ ବିଦ୍ୟାଳୟର ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ।