ଅଟୋ ଓ ବାଇକ ଧକ୍କା, ଦୁଇ ଗୁରୁତର ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅପରାହ୍ନ ଏକ ଘଣ୍ଟିକା ସମୟରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ ଦୁଗୁଡ଼ି ଛକ ଠାରେ ଅଟୋ ଏବଂ ବାଇକ ଦୁର୍ଘଟଣା ଗ୍ରସ୍ଥ ହୋଇଛି I ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି I ଘଟଣା ଅନୁସାରେ କଳିଙ୍ଗା ଠାରୁ ଘୁ.ଉଦୟଗିରି ଅଭିମୁଖେ (OD 12B -0124) ନମ୍ବର ଅଟୋ ଆସୁଥିଲା I ଏହି ସମୟରେ ବିପରୀତ ଦିଗରୁ ଅର୍ଥାତ ଘୁ.ଉଦୟଗିରିରୁ ଵିଶାଲ ପଟ୍ଟନାୟକ ନାମକ ପଦାସାହିର ଜଣେ ଯୁବକ ବାଇକ ନମ୍ବର( OR 12A-5334) ଯୋଗେ ନିଜ ଘରକୁ ଯାଉଥିଲେ I ହଠାତ ଅଟୋ ସମୁଖକୁ ଏକ ବୁଲା ପଶିଯାଇଥିଲା I ଯାହା ପାଇଁ ଅଟୋ ଚାଳକ ହଠାତ ବ୍ରେକ ମାରି ଥିଲେ I

csp

ଅଟୋ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ଵକୁ ଓଲଟି ପଡ଼ି ବାଇକକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା I ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ I ଅଟୋରେ ଡ୍ରାଇଭରଙ୍କୁ ମିଶାଇ ଚାରି ଜଣ ସହ ଦୁଇ ଶିଶୁ ବସିଥିଲେ I ସେଥି ମଧ୍ୟରୁ ଦୁଇ ଜଣ ଶିକ୍ଷୟିତ୍ରୀ ସଂଯୁକ୍ତା ସାହୁ ଏବଂ ସୀତାମଣୀ କର ନନ୍ଦଗିରିରୁ ଘୁ.ଉଦୟଗିରି ଆସୁଥିଲେ I ଶିକ୍ଷୟିତ୍ରୀ ସୀତାମଣୀ କରଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ଫୁଲବାଣୀ ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରା ଯାଇ ଥିଲା I ବାଇକ ଆରୋହୀ ଵିଶାଲ ପଟ୍ଟନାୟକଙ୍କ ମୁଣ୍ଡରେ ଓ ଗୋଡ଼ରେ ଗଭୀର ଆଘାତ ହୋଇ ଥିବା ଯୋଗୁଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତର ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରି ଛନ୍ତି I ଅଟୋରେ ବସିଥିବା ଅନ୍ୟ ଦୁଇ ମହିଳାଙ୍କୁ ସାମାନ୍ୟ ଆଘାତ ଲାଗିଛି ଏବଂ ଦୁଇ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି I ଖବର ପାଇ ଘୁ.ଉଦୟଗିରି ଥାନାଧିକାରୀ ରେବତୀ ଶବର ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରି ଥିଲେ I