ଟିକାବାଲି ହଦଗଡରେ ମାଁ ବ୍ରାହ୍ମଣିଦେବୀଙ୍କ ଜନ୍ତାଳ ପୂଜା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ହଦଗଡ ମୁଠାରେ ମାଁ ବ୍ରାହ୍ମଣିଦେବୀଙ୍କ ଯୋନ୍ତାଳ ପୂଜା ପୁରୁଣାଗଡ ଗ୍ରାମର ଯୋନ୍ତାଳପଟି ମାଁ ବ୍ରାହ୍ମଣିଦେବୀ ପିଠରେ ଅନୁଷ୍ଠିତ ହଇଅଛି I ମାଁ ବ୍ରାହ୍ମଣିଦେବୀ ପୁଜକ, ପଞ୍ଚୁଦେବ ବିଷୟୀ, ବୁଲୁ ବିଷୟୀ, (ଚାଙ୍ଗୁଆ ଭାରଭୁଆ) ସଞ୍ଜିବ ବିଷୟୀ, ପ୍ରଦିପ ବିଷୟୀ, ରବିନ୍ଦ୍ର ରଣା, ମାଧବ ବିଷୟୀ, ଶୁସାନ୍ତ ଭୋଇ,ବାଳକ ବେହେରା, ପ୍ରସନ ପ୍ରଧାନ, ଅରୁଣ ପଟ୍ଟନାୟକ, ହର ନାୟକ, ସାନୁଜ ଦଣ୍ଡିଆ, ତାଙ୍କ ଅବଦାନରେ , ପାରମ୍ପରାନୀତି ନିଅୟମ ଅନୁସାରେ ଏବଂ ସରକାରଙ୍କ କରନା କଟକଣାକୁ ଆଖିଆଗରେ ରଖି କଭିଟି ଗାଇଡି ଲାଇନ ପାଳନ କରି ମାଁଙ୍କ ପୁଜା ଅର୍ଚ୍ଚନା କରିଛନ୍ତି I

csp

ମାଁଙ୍କ ପୁଜାରେ ହଦଗଡ ଅଞ୍ଚଳର ଟିକାବାଲି , ଛତିଝାର, ତେନ୍ତୁଳିଗଡ, ବୁଦୁଗୁଡାରି, ଲୁଜୁରାମୁଣ୍ଡା, କଟିମାହା , କଇଁଝର, ରତାଖଣ୍ଡି,ଟିପାରିଗାଁ, ସମେତ ପୁରୁଣାଗଡ ଗ୍ରାମର ସମସ୍ତେ ଲୋକ ଏକତ୍ରିତ ହୋଇ ମାଁ ପାଟଖଣ୍ଡା ମନ୍ଦିରରୁ ବାହାରି ଚାଙ୍ଗୁ, ଢ଼ୋଲ, ନିସାନ୍ ମହୁରି ଇତ୍ୟାଦି ବଜାଇ ଏବଂ ମାଁଙ୍କ ଜୁଗାଡ ବା ପୂଜା ସାମଗ୍ରୀକୁ ବାହାକ ଧରି ଯୋନ୍ତାଳ ପଟିକୁ ବଡ ଆଡମ୍ବରେ ଯାଇଥିଲେ I ମାଁଙ୍କ ପାଖରେ, ସାରିଆ ଧାନ, ଭାଲିଆ ପତ୍ର, କୁରେଇ ପତ୍ର, ଶାଳୁଆ ପତ୍ର, ବୋଇତାଳୁ, ପାଣିକଖାରୁ , ନଡିଆ, କଦଳି , ଲିଆଭୋଗ, ଇତ୍ୟାଦି ମାଁଙ୍କ ପାଖରେ ପୁଜାଅର୍ଚନା କରାଯିବା ସହ ଅର୍ପଣ କରାଯାଇଥିଲା I କଚିଲାଗଡରେ ମଧ୍ୟ ସମାନ ଢଙ୍ଗରେ ମାଁ ବ୍ରାହ୍ମଣିଦେବୀଙ୍କ ଠାରେ ଯୋନ୍ତାଳ ପୁଜାହୋଇଛି I