ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆର ପିସେରାମା ଠାରେ ତହସିଲଦାରଙ୍କ ଦ୍ୱାରା ଜମି ପ୍ରଦାନ କରାଯାଇ ଥିଲା I ଏହି ଜମି ପ୍ରଶାନ୍ତ କୁମାର ବେହେରା, ଗଙ୍ଗାଧର ବେହେରା, ହରିଶ୍ଚନ୍ଦ୍ର ପୁଢ, ସରୋଜିନୀ ମହାରଣା, ସୁଲୋଚନା ପୁଢ, ସାଇବାଣୀ ଆଚାରୀ ନାମକ ଛ ଜଣ ଭୂମିହୀନଙ୍କୁ ବସୁଧା ଯୋଜନାରେ ପିସେରାମା ମୈଜାରେ ଘର ବାରି ତହସିଲଦାର ଯୋଗାଇ ଦେଇଥିଲେ I
ଜମି ପଟ୍ଟା ପାଇବା ପରେ ଜମି ଚିହ୍ନଟ ପାଇଁ ରାଇକିଆ ରାଜସ୍ୱନିରୀକ୍ଷକଙ୍କ ଦ୍ଵାରା ଜମିକୁ ଦଖଲକୁ ନେବାକୁ ଯିବା ସମୟରେ ପିସେରାମା ଗ୍ରାମବାସୀ ସଂଘବଦ୍ଧ ଭାବେ ବିରୋଧ କରିବା ସହ ଗାଳି ଗୁଲଜ କରିଥିବା ସମ୍ପର୍କରେ ହିତାଧିକାରୀମାନେ ରାଇକିଆ ଥାନାରେ ବୁଧବାର ଦିନ ଲିଖିତ ଅଭିଯୋଗ କରିଛନ୍ତି I ଲିଖିତ ଅଭିଯୋଗ ପରେ ରାଇକିଆ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ତହସିଲଦାରଙ୍କୁ ଡିମାର କେଶନ ପାଇଁ ଏକ ଲିଖିତ ଆକାରରେ ଦେବା ପାଇଁ ଅଭିଯୋଗକାରୀଙ୍କୁ କହି ଥିଲେ I ଥାନାଧିକାରୀଙ୍କ ନିର୍ଦ୍ଧେଶ ମୁତାବକ ଅଭିଯୋଗକାରିମାନେ ତହସିଲଦାର ହରିପ୍ରସାଦ ଭୋଇଙ୍କ ପାଖରେ ଡିମାର କେଶନ ପାଇଁ ଆବେଦନ କରିଥିଲେ I ଯଥା ଶୀଘ୍ର ସମସ୍ୟାର ସମାଧାନ କରାଯିବା ବୋଲି ରାଇକିଆ ତହସିଲଦାର ଅଭିଯୋଗକାରୀଙ୍କୁ କହି ଥିବା ସୂଚନା ମିଳିଛି I
Next Post