ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜ଼ିଲ୍ଲା ଧରାକୋଟ ତହସିଲ ତରଫରୁ ବେଆଇନ ପୋଡ଼ା ଇଟା ଭାଟି ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି । ଆଜି ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ରାଜସ୍ବ ନୀରିକ୍ଷକ ରଞ୍ଜନ ବରଡ, ମନୋଜ ମାଝି, ଅମିନ ନିରଞ୍ଜନ ଶବର, କନିଷ୍ଠ କିରାଣି ସିମାଞ୍ଚଳ ମଲିକ, ବଳରାମ ନାୟକଙ୍କ ଉପସ୍ଥିତିରେ ଋଷିକୂଲ୍ୟା ନଦୀ ତଟରେ ଥିବା ଭାଲିଆ ପଲି, ଜଗମୋହନ, ପୁଟୁ ଏବଂ ଚାଞ୍ଚରାପଲି ପ୍ରଭୃତି ସ୍ଥାନରେ ଥିବା ଛଅ ଗୋଟି ଇଟା ଭାଟିକୁ ଜେସିବି ଲଗାଇ ଭଙ୍ଗା ଯାଇଛି । ପ୍ରଥମ ଦିନର ଏହି ଅଭିଯାନରେ ହଜାର ହଜାର ପୋଡ଼ା ଇଟା ନଷ୍ଟ ହୋଇ ମାଟିରେ ମିଶିଯାଇଛି । ଏ ସମ୍ପର୍କରେ ତହସିଲଦାରଙ୍କ ସହ ଯୋଗାଯୋଗ ବେଳେ ପୋଡ଼ା ଇଟା ଭାଟି ଦ୍ଵାରା ଉତ୍ତାପ ବଢ଼ି ପ୍ରଦୂଷଣ ହେଉଛି l ଯାହାର କୁପ୍ରଭାବ ଜନବସତି ଉପରେ ପଡୁଛି । ବର୍ତମାନ ପାଇଁ ଇଟା ଭାଟି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗକୁ ଏହି ଅଭିଯାନ ଜାରୀ ରହିବ ବୋଲି ସେ ସୂଚନା ଦେଇଛନ୍ତି । ଆଜିର ଅଭିଯାନରେ ଧରାକୋଟ ଥାନା ତରଫରୁ ଏଏସଆଇ ଅନିଲ ଶବରଙ୍କ ସହ ଅନ୍ୟାନ୍ୟ ଥାନା କର୍ମଚାରୀ ଉପସ୍ଥିତ ରହିଥିଲେ ।