ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ନୂତନ ଶିକ୍ଷାନୀତି -2020 ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷ ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ନୂତନ ଭାବେ ଆରମ୍ଭ ହେବାକୁ ଯାଉଛି। ଏଥିରେ 5 ବର୍ଷରୁ ଅଧିକ ବୟସର ପିଲାମାନେ ଶିଶୁ ବାଟିକାରେ ଏବଂ 6 ବର୍ଷରୁ ଅଧିକ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ । ଏହାକୁ ଲୋକାଭିମୁଖୀ କରାଇବା ପାଇଁ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ସରପଞ୍ଚ ପୁନିଆ ଦାସ, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲିଙ୍ଗରାଜ ସ୍ୱାଇଁ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜୋକ ଶ୍ରୀ ସୌରୀ ଶଙ୍କର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସିମାଞ୍ଚଳ ବେହେରା, ସମସ୍ତ ସି.ଆର.ସି.ସି, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜେ.ସାକମ୍ବରୀ ଆଚାରୀ, ଶିକ୍ଷୟତ୍ରୀ ମିନତି ପତ୍ରୀ ଓ ଅନ୍ୟାନ୍ୟ ଶିକ୍ଷକମାନେ ଘରକୁ ଘର ଫୁଲ ଚନ୍ଦନ ଅର୍ପଣ ପୂର୍ବକ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ ।