ଜଗମୋହନ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ…

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜଗମୋହନର ଷଷ୍ଠତମ ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ବିଇଓ ଲିଙ୍ଗରାଜ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ସତ୍ୟବାନ ଜେନା ଯୋଗଦେଇଥିଲେ । ଅବସର ପ୍ରାପ୍ତ ଶିକ୍ଷା ପ୍ରଶାସନ ନୀଳାଞ୍ଚଳ ସାହୁ ଏହାର ଉଦଘାଟନ କରିଥିବା ବେଳେ ଏଥିରେ ସ୍କୁଲ ପରିଚାଳନା କମିଟି ସଭାପତି ବଲ୍ଲଭ ସାହୁ ସଭାପତିତ୍ବ କରିଥିଲେ । ସମ୍ମାନିତ ଅତିଥି ରୂପେ ଏବିଇଓ ବିଭୁତି ଭୂଷଣ ପାତ୍ର, ସିମାଞ୍ଚଳ ବେହେରା, ମୁଣ୍ଡ ମରାଇ କଲେଜ ଅଧକ୍ଷ ଦିଗାମ୍ବର ବିଶୋଇ, ସମାଜସେବୀ ଏ ବ୍ରହ୍ମାନନ୍ଦ ଆଚାରୀ, ଯୁବ ସାହିତ୍ୟିକ ତଥା ନାଟ୍ୟ ନିର୍ଦ୍ଦେଶକ ରତ୍ନାକର ଶୀୟ, ଶିକ୍ଷାବିତ ସନ୍ତୋଷ କୁମାର ବିଶ୍ୱାଳ, ଅନିଲ କୁମାର ସେଠି, ସତ୍ୟବାନ ଜେନା, ସ୍ଥାନୀୟ ସରପଞ୍ଚ ଲୀନା କୁମାରୀ ମହାରଣା, ଜଗନ୍ନାଥ ଦାଶ, ବୃନ୍ଦାବନ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ ।ଛାତ୍ରଛାତ୍ରୀ, ଅଭିବାବକ ଓ ଶିକ୍ଷକ କିଭଳି ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ ସେ ସମ୍ପର୍କରେ ସମସ୍ତ ଅତିଥିମାନେ ସୁନ୍ଦର ଭାବରେ ମତ ଉପସ୍ଥାପନ କରିଥିଲେ । ପାଠପଢା ସହିତ ସହ ପାଠ୍ୟକ୍ରମକୁ କିଭଳି ଗୁରୁତ୍ୱ ପ୍ରଧାନ କରାଯିବ ଓ ସେମାନଙ୍କ ପାଖରେ ଥିବା ସୃଜନଶୀଳତାର ବିକାଶ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦାଶ ବାର୍ଷିକ ବିବରଣୀରେ ପାଠ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ  ଆଗାମୀ ଦିନରେ ବିଦ୍ୟାଳୟର ସମସ୍ତ ସମସ୍ୟା ସମାଧାନ କରିବା ନିମନ୍ତେ ପ୍ରତିଶୃତି  ଦେଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ କାଳୁ ଚରଣ ସ୍ୱାଇଁ ଉପସ୍ଥାପନା କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ରୋଜାଲିନ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଗିରିଧାରୀ ନାୟକ, ଦିପ୍ତୀରାଣୀ ପାତ୍ର, ସନ୍ତୋଷ କୁମାର ସାହୁ, ରୋଜାଲିନ ପଟ୍ଟନାୟକ, ବାଣିଶ୍ରୀ ଶତପଥି, ଜଗବନ୍ଧୁ ଦଳେଇ, ସୁନିତା ବେହେରା, ସୁଷୁମା କୁମାରୀ ସାହୁ, ଶାନ୍ତିଲତା ବେହେରା, କାଳୁ ଚରଣ ସ୍ୱାଇଁ, ଅର୍ଶୁଲୁ ସେଠି, ରାମନାଥ ପଢ଼ିଆରୀ, ଜିତେନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ  କରିଥିଲେ ।