ଚିକିତ୍ସାଧିନ ଅବସ୍ଥାରେ ଅସହାୟ ସମାଜସେବୀ ବିକ୍ରମାଦିତ୍ୟ ବସ୍ତରାୟ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ସମାଜ ସେବୀ ବିକ୍ରମ ବସ୍ତିରାୟ ଗତ କିଛି ଦିନ ହେବ ଅସହାୟ ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉ ଥିବା ଖବର ହସ୍ତଗତ ହୋଇଛି । ବିଭିନ୍ନ ସାମାଜିକ କାର୍ଯ୍ୟରେ ସ୍ଵେଚ୍ଛାକୃତ ଭାବେ ନିଜକୁ ନିୟୋଜିତ କରି ଅଞ୍ଚଳର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବାରେ ବିଭିନ୍ନ ସଙ୍ଗଠନରେ ରହି ଦାୟିତ୍ଵ ତୁଲାଉ ଥିଲେ । ଅଞ୍ଚଳରେ ଶାନ୍ତି ବଜାୟ ରଖିବା କ୍ଷେତ୍ରରେ ତାଙ୍କର ଭୂମିକା ଯଥେଷ୍ଟ ରହିଛି l ବର୍ତ୍ତମାନ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ କମିଟିର ସଭାପତି ଦାୟିତ୍ୱ ତୁଲାଉ ଥିଲେ l ବିଭିନ୍ନ ସମୟରେ ବ୍ରାହ୍ମଣୀଗାଁ ବଜାରରେ ସଚେତନା ଜାଗ୍ରତ କରୁଥିବା ନଜିର ରହିଛି । ପରିବାରରେ କେହି ରୋଜଗାର କ୍ଷମ ନଥିବା ବେଳେ ବ୍ୟାଙ୍କ ସମ୍ମୁଖରେ ତାଙ୍କର ଛୋଟିଆ ଏକ ଜେରକ୍ସ ଦୋକାନ ରହିଛି ଏବଂ ତାଙ୍କ ସ୍ତ୍ରୀ ସିଲେଇ ମେସିନ୍ ଚଳାଇ ସେଥିରୁ ଯାହା ରୋଜଗାର ହୁଏ ସେହି ସ୍ୱଳ୍ପ ଆୟରେ ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ବହୁ କଷ୍ଟ ରେ ଧାର ଉଦ୍ଧାର କରି ପିଲା ମାନଙ୍କୁ ପାଠ ପଢ଼ାଇବାକୁ ଉଦ୍ୟମ ଜାରୀ ରଖିଥିଲେ । ଗତ  ୨୪ ତାରିଖ ସକାଳୁ ଅଚାନକ ତାଙ୍କ ଦେହ ଅସୁସ୍ଥ ହୋଇ ଥିଲା l ତାଙ୍କର ଗଳା ଓ ଜିହ୍ୱାରେ ଯନ୍ତ୍ରଣା ଅନୁଭବ କରି ଖାଦ୍ୟ ଖାଇ ପାରୁ ନଥିବାରୁ  ପରିବାର ଲୋକେ ବଡ ମେଡ଼ିକାଲରେ ପହଞ୍ଚାଇ ଥିଲେ l ସେଠାରେ ଡାକ୍ତରୀ ପରୀକ୍ଷାରୁ ସୁଗାର ଓ ହାଇ ବ୍ଲଡ ପ୍ରେସର୍ ରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି ବୋଲି ପରିବାର ଲୋକେ କହିଛନ୍ତି । ଚିକିତ୍ସା ଚାଲିଛି ହେଲେ ବର୍ତ୍ତମାନ ଯାଏଁ ସେ ଖାଦ୍ୟ ଗ୍ରହଣ କରିପାରୁ ନଥିବା କହିଛନ୍ତି । ଅସହାୟ ଅବସ୍ଥାରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ତ୍ରୀ ଦୁହିତା, ସାନ ଭାଇ ହର୍ଷ ବର୍ଦ୍ଧନ ପାଖରେ ରହି ତାଙ୍କର ସେବା କରୁଥିବା ଜଣା ପଡ଼ିଛି ।  କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ଚିକିତ୍ସାରେ ଉପକୃତ ହେବେ ବୋଲି ପରିବାର ଲୋକେ ନିବେଦନ କରିଛନ୍ତି ।