ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ବର୍ଷ ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି, ଉପସଭାପତି ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ସମସ୍ତେ ଏକମାତ୍ର ପ୍ରାର୍ଥି ଭାବେ ର୍ନିଦ୍ବନ୍ଦ ଭାବେ ବିଜୟୀ ଘୋଷିତ ହୋଇଛନ୍ତି । ଆଇନଜୀବୀ ଲକ୍ଷ୍ମୀକାନ୍ତ ମହାପାତ୍ର ସଭାପତି, ଉପସଭାପତି ସନ୍ତୋଷ କୁମାର ବେହେରା ଓ କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କୁମାର ମିଶ୍ର ବିଜୟ ହାସଲ କରିଛନ୍ତି । ଏଥିସହ ଆଇନଜୀବୀ ଜ୍ୟୋତିରାଜ ପତି ସମ୍ପାଦକ ଏବଂ ଗିରିଜା ଶଙ୍କର ଭୂୟାଁ ଯୁଗ୍ମ ସମ୍ପାଦକ ଭାବେ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଲଡୁ କିଶୋର ଆଳିତିଆ ସୂଚନା ଦେଇଛନ୍ତି । ଏହି ନିର୍ବାଚନରେ ୩ ଟି ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ୨୨୦ ଜଣ ମତଦାତା ଭୋଟ ଦେଇଥିଲେ । ଅପରାହ୍ନ ୪ ଟା ପରେ ଗଣତି ଆରମ୍ଭ ହୋଇଥିଲା। ଏଥିରେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଆଳତିଆଙ୍କ ସମେତ ସମେତ ତ୍ରିନାଥ ମଳିକ, ଜ୍ୟୋତି ରଞ୍ଜନ ପ୍ରଧାନ, ସ୍ନିଗ୍ଧା ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।