ରାମଗିରି ଠାରେ ପି ଏମ ଶ୍ରୀ ବାର୍ଷୀକ କ୍ରୀଡା ଉତ୍ସବ ୨୦୨୫ ଅନୁଷ୍ଠିତ…

ମୋହନା(ମିହିର ପ୍ରସାଦ ମାଳୀ): ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କ ଠାରେ ଥିବା ଲୁକାୟତ ପ୍ରତିଭାକୁ ଲୋକଲୋଚନ କରିବା ତଥା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲକ୍ଷ ନେଇ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଆଣିଛନ୍ତି ପି ଏମ ଶ୍ରୀ  ଯୋଜନା । ତେବେ ସେହି ଯୋଜନା ଦ୍ୱାରା ରାମଗିରି ସରକାରୀ ଏସ ଏସ ଡି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସଞ୍ଜିବ କୁମାର ନାୟକଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ପି ଏମ ଶ୍ରୀ ବାର୍ଷିକ  କ୍ରୀଡା ଉତ୍ସବ ୨୦୨୫ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀ ଭାବେ ରା ଉଦୟଗିରି ବ୍ଲକ ବିଡିଓ ଲରିମନ ଖର୍ସଲ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପବିତ୍ର କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ଥାନା ଅଧିକାରୀ ଏସ ଶଙ୍କର, ଦଣ୍ଡପାଣି ବଡମୁଣ୍ଡି, ଗୋପାଳ କୃଷ୍ଣ ଦଳେଇ, ରଘୁନାଥ ବଡମୁଣ୍ଡି ଙ୍କ ସହ ନିମନ୍ତ୍ରୀତ ଅନେକ ଶିକ୍ଷକ ଓ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିବା ସହ ଆଗକୁ ବଢିବାକୁ ଉତ୍ସାହିତ କରିଥିଲେ । ପରେ ଅତିଥୀମାନଙ୍କ ଦ୍ବାରା ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିୟର ବିଭାଗର ୭୯ ଓ ସିନିୟର ବିଭାଗର ୧୩୯ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଇଂରାଜି ଶିକ୍ଷକ ଅଞ୍ଜିତ ପରିଛ୍ଛା ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ