ପି.ଏମ୍. ଶ୍ରୀ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ…

ରୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ସ୍ଥିତ ପି ଏ ମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା  ପୂର୍ଣାବାସି ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ  ସରପଞ୍ଚ  ସୁଷମା ଶବର, ସମିତି  ସଭ୍ୟା ଜି.ଶୋଭାରାଣୀ, ଥାନା ଅଧିକାରୀ କମଳା ଚୌଧୁରୀ ପ୍ରମୁଖ ଅତିଥିମାନେ ମଞ୍ଚାସିନ ଥିଲେ । ଏହି  କ୍ରୀଡା ପ୍ରତିଯୋଗୀତା ହେବା ଦ୍ବାରା ପିଲାମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥାଲା ଓ ପିଲାମାନେ ପାଠ ପଢ଼ିବା ସହ ଖେଳ ଦିଗରେ ମଧ୍ୟ ଆଗକୁ ବଢ଼ିବା ପାଇଁ ଏହିଭଳି କାର୍ଯ୍ୟକ୍ରମ ହେବା ଉଚିତ ବୋଲି ଅତିଥି ମତପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମନୋଜ କୁମାର ବେହେରାଙ୍କ ଆଗ୍ରହ ଯୋଗୁଁ ଏହି ସମସ୍ତ କାର୍ଯ୍ୟକ୍ରମ ହେଉ ଅଛି ବୋଲି ବୁଦ୍ଧି ଯିବି ମହଲରେ  ଚର୍ଚ୍ଚା ହେଉଅଛି ।  ଏହା ସହ ଏସଏସଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ସାହୁକାର, କରଡା ସିଂ  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁଙ୍କ ସହ ରାୟଗଡ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକମାନେ  ଯୋଗ ଦେଇ କ୍ରୀଡା ପ୍ରତିଯୋଗୀମାନଙ୍କୁ ଶୁଭେଛା ଜଣାଇଥିଲେ l କ୍ରୀଡା ପ୍ରତିଯୋଗିତା ମଧ୍ୟରେ ଖୋ-ଖୋ , କବାଡି, ଭଲିବଲ୍, ସତରଞ୍ଜ, କୁସ୍ତି , ବ୍ୟାଡମିଣ୍ଟନ, ତୀରନ୍ଦାଜ, ଯୋଗାସନ ଏବଂ ଦୌଡକୁଡ ପ୍ରଭୃତି ପ୍ରତିଯୋଗିତା ତିନିଦିନ ଧରି ଚାଲିଥିଲା l ତିନି ଦିନ ଧରି କ୍ରୀଡ଼ା ଶିକ୍ଷକ ଜଗତ ଚନ୍ଦ୍ର କାର୍ଜୀ  ସମସ୍ତ କ୍ରୀଡା ପ୍ରତିଯୋଗିତା ସୁଚାରୁରୂପେ ପରିଚାଳନା କରି ଥିଲେ । ପ୍ରକାଶ ଥାଉ କି ରାୟଗଡ ବ୍ଲକରେ ଥିବା ସମସ୍ତ ହାଇସ୍କୁଲ  ମଧ୍ୟରୁ ଏକ ମାତ୍ର ବିଦ୍ୟାଳୟ ରାୟଗଡ ସରକାରୀ ଉଛ ବିଦ୍ୟାଳୟ କୁ ପି.ଏମ୍.ଶ୍ରୀ ବିଦ୍ୟାଳୟ ଭାବେ ମାନ୍ୟତା ପାଇଛି । ଏହି ମାନ୍ୟତା ପାଇଲା ପରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଟିତ ହୋଇଥିଲା । ଶେଷରେ ପିଲାମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ସହଯୋଗ କରି ଥିଲେ ।