ମହାବୀର ମୋଟର୍ସ ପକ୍ଷରୁ ସାରଂଗଡ଼ ଠାରେ ନୂତନ ସେଲସ ପଇଣ୍ଟ ଖୋଲାଯିବା ନେଇ ଘୋଷଣା…

ଅନୁସନ୍ଧାନ ଭାରତ(ବ୍ୟୁର): ଦିନକୁ ଦିନ ମୋଟର ବାଇକର ଚାହିଦା ବଜାରରେ ବଢ଼ିବାରେ ଲାଗିଛି I ଯାହାକି କୃଷକ, ଶ୍ରମିକ, ଦିନମଜୁରିଆ, କଲେଜ ପଢୁଆ ଛାତ୍ରଛାତ୍ରୀ ଓ ସଧାରଣ ଜନତାଙ୍କ ପାଇଁ ଯାତାୟାତର ମୁଖ୍ୟ ମାଧ୍ୟମ ହୋଇଛି I କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଆଜିବି ଯାତାୟାତ ସେବା ପହଞ୍ଚି ପାରିନାହିଁ I ଜରୁରୀ ସେବା ପାଇବା ପାଇଁ ବ୍ୟକ୍ତିଗତ ଯାନ/ବାଇକ ଜନସାଧାରଣଙ୍କ ପରିବହନର ମୁଖ୍ୟ ଉତ୍ସ ହୋଇଛି I ଏହି ପରିସ୍ଥିତିରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଥିବା ମହାବୀର ମୋଟର୍ସ ପକ୍ଷରୁ ଏକ ନୂତନ ସେଲସ ପଇଣ୍ଟ ଖୋଲାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି I ଏହି ସେଲସ ପଇଣ୍ଟ କ.ନୂଆଗାଁ ବ୍ଲକ ଅଧିନସ୍ଥ ସାରଂଗଡ଼ର କଲେଜ ଛକ ଠାରେ ଆସନ୍ତା ୧୦ ତାରିଖ ଅର୍ଥାତ ଗଣେଶ ଚତୁର୍ଥୀ ଅବସରରେ ମହାଡମ୍ବରରେ ଉଦଘାଟନ କରାଯିବା ନେଇ ମହାବୀର ମୋଟର୍ସ ପକ୍ଷରୁ ସୂଚନା ଦିଆଯାଇଛି I ହିରୋ ବାଇକ ଏବଂ ସ୍କୁଟି ପସନ୍ଦ କରୁଥିବା ଗ୍ରାହକଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବା ମହାବୀର ମୋଟର୍ସ ର ମୁଖ୍ୟ ଉଦେଶ୍ୟ ବୋଲି ମ୍ୟାନେଜର ସୂଚନା ଦେଇଛନ୍ତି I ଦୀର୍ଘ ୧୯ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ବାଲିଗୁଡ଼ା ସବ ଡିଭିଜନର ଅଧିକାଂଶ ବ୍ଲକ ଅର୍ଥାତ ଘୁ.ଉଦୟଗିରି, ରାଇକିଆ, ଚକାପାଦ, ଟିକାବାଲି, ଦାରିଙ୍ଗବାଡ଼ି ସମେତ ଅନ୍ୟ ବ୍ଲକର ଜନସାଧାରଣଙ୍କୁ ଅନବରତ ସେବା ଯୋଗାଇ ଆସୁ ଥିବା ମହାବୀର ମୋଟର୍ସ ପକ୍ଷରୁ ପ୍ରକାଶ କରାଯାଇଛି I ଗ୍ରାହକଙ୍କୁ ଆକୃଷ୍ଠ କରିବା ପାଇଁ ମହାବୀର ମୋଟର୍ସ ପକ୍ଷରୁ ବିଭିନ୍ନ ପ୍ରକାର ଚିତାକର୍ଷକ ଅଫରମାନ ଘୋଷଣା କରାଯାଉଛି I ଯାହାର ପୁରା ଲାଭ ଗ୍ରହକମାନେ ଉଠାଉ ଥିବା ଦେଖା ଦେଇଛି I