ଘୁ.ଉଦୟଗିରିର ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ହେଲେ ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର କନବା ଗେରି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ଜଣେ ପ୍ରଶାସନିକ ଅଧିକାରୀ ଭାବରେ କୃତିତ୍ୱ ଅର୍ଜନ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି I ୧୯୮୩ ମସିହାରେ କାନବାଗେରି ଗ୍ରାମ ଠାରେ ଜନ୍ମ ଗ୍ରହଣ କରିଛନ୍ତି I ସେ ତାଙ୍କ ପ୍ରଚେଷ୍ଟା ବଳରେ ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟ ଭାର ତୁଲାଉଛନ୍ତି I ଐଶ୍ୱର୍ଯ୍ୟାଙ୍କ ପିଲା ବେଳର ନାମ ଥିଲା ରତିକାନ୍ତ ପ୍ରଧାନ I ପିଲା ଦିନରୁ ଐଶ୍ୱର୍ଯ୍ୟାଙ୍କ ପାଠ ପଢ଼ା ପ୍ରତି ବିଶେଷ ଆଗ୍ରହ ଥିଲା I ଯୁକ୍ତ ୩ ପର୍ଯ୍ୟନ୍ତ କନ୍ଧମାଳ ଜିଲାରେ ପଢ଼ିଛନ୍ତି I ତା ପରେ ସ୍ନାତକ ପଢ଼ିବା ନିମନ୍ତେ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ I ବର୍ତ୍ତମାନ ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ହେଉଛନ୍ତି ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ I ୨୦୧୦ ମସିହାରେ ପ୍ରଥମ ଚେଷ୍ଟାରେ ଓ.ଏଫ.ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିଲେ I ଏହାପରେ ତାଙ୍କର ନିଯୁକ୍ତି ପୁରୀ, ସମ୍ବଲପୁରଏବଂ ପାରାଦୀପର କମର୍ସିଆଲ ସେଲ ଟାକ୍ସ ଅଫିସର ଭାବରେ ହୋଇଥିଲା I ଏବେ ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା କଟକରେ ସିଟି ଏବଂ ଜିଏସଟିର ଡେପୁଟି କମିସନର ଭାବେ ଦାୟିତ୍ୱ ତୁଲାଉଛନ୍ତି I ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣାଙ୍କ ନିଜସ୍ୱ କାର୍ଯ୍ୟ ଦକ୍ଷତା, ଦୃଢ଼ ଇଛାଶକ୍ତି ଓ ଲକ୍ଷ୍ୟପ୍ରାପ୍ତି ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛନ୍ତି ଘୁ.ଉଦୟଗିରି ବାସୀ I ଏହି କୃତିତ୍ୱ ପାଇଁ ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ଅନେକ କିନ୍ନର ଏବଂ ସାଧାରଣ ଜନତାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି I