ବୁର୍ବିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଗୁରୁ ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ବୁର୍ବୀନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଟିକାବାଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଲକ ସ୍ତରୀୟ ଗୁରୁଦିବସ ପାଳନ ଓ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା କରା ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ଓ ସମ୍ମାନିତ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦୀପ୍ତ କୁମାର ନାୟକ, ଦୀନବନ୍ଧୁ ମିଶ୍ର ଯୋଗ ଦେବା ସହ ଟିକାବାଲି ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ I ସଂଘର ସମ୍ପାଦିକା ଶ୍ରୀମତୀ ଲତାଞ୍ଜଳି ମହାନ୍ତି ଉଦେଶ୍ୟ ଜ୍ଞାପନ କରିଥିଲେ l ଇତ୍ୟାବସରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯଥା ହେମନ୍ତ ଭୋଇ, ପ୍ରତାପ ବିଶୋଇ, ଲକ୍ଷ୍ମୀକାନ୍ତ ମହାପାତ୍ର, ବସନ୍ତ ପ୍ରଧାନ, ଶ୍ରୀମତୀ ନିକିମା ନାୟକ ଓ ଶ୍ରୀମତୀ କୁମୁଦିନୀ ନାୟକଙ୍କୁ ଉପହାର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା I

csp

ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ସଂଘର ସଭାପତି ମଧୁସୂଦନ ବେହେରା, କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ପଟ୍ଟନାୟକ, ଉପସଭାପତି ପବିତ୍ର ସାହୁ, ସମ୍ପାଦିକା ଲତାଞ୍ଜଳି ମହାନ୍ତି, ସହ ସମ୍ପାଦକ ଅରବିନ୍ଦ ମହାପାତ୍ର, କୋଷାଧକ୍ଷ ରଞ୍ଜିତ କୁମାର ନାୟକ, ବରିଷ୍ଠ ଶିକ୍ଷକ ଉଗ୍ରେସେନ ପ୍ରଧାନ, ସନ୍ତୋଷ ପାଣିଗ୍ରାହୀ, ଗୌର ଚରଣ ବିଶ୍ୱାଳ, ଦୁର୍ଗାଚରଣ ସାହୁ ଏବଂ ସମସ୍ତ ପଞ୍ଚାୟତ ପ୍ରତିନିଧି କାର୍ଯ୍ୟକାରୀ ସଦସ୍ୟ l