ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନାରେ କମଳା ଚୌଧୁରୀ ନୂତନ ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୁଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀମାନଙ୍କ ବଦଳି ଆଦେଶ ଜାରି ହୋଇଥିଲା । ସେହି ପ୍ରକାରେ ଶ୍ରୀମତୀ ଚୌଧୁରୀଙ୍କୁ ରାୟଗଡ ଥାନାକୁ ବଦଳି ହୋଇ ଥିଲା । ଏଥି ପୂର୍ବରୁ ସେ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ କାର୍ଯ୍ୟ କରୁଥିଲେ । ଏହି ଥାନାରେ ଥିବା ଥାନା ଅଧିକାରୀ ରିନାରାଣୀ ସାହୁଙ୍କ ଠାରୁ ନୂତନ ଅଧିକାରୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ଵ ବୋଲି ନୂତନ ଅଧିକାରୀ ପ୍ରକାଶ କରିଛନ୍ତି । ରିନା ରାଣୀ ସାହୁଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି ହୋଇ ଥିବା ଜଣାପଡିଛି ।