ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମରେ ଆଜି ସକାଳ ଠାରୁ ଦଶଟା ଯାଏଁ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଗଣ୍ଡାହାତୀ ଗ୍ରାମବାସୀ । ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୂର୍ବରୁ ଗ୍ରାମବାସୀମାନେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଜଳ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରି ଥିଲେ ମଧ୍ୟ ତାହାର ସମାଧାନ ହୋଇ ପାରିନଥିଲା । ଯାହାକୁ ନେଇ ଆଜି ଗ୍ରାମର ମହିଳା ମାନେ ହାଣ୍ଡି ଧରି ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ଟ୍ରାଫିକ ସମସ୍ୟା ବଢ଼ିଥିବା ବେଳେ ବହୁ ସମୟ ଧରି ଯାତାୟାତ ଠପ୍ ହୋଇ ଯାଇଥିଲା ।