ଇନଷ୍ଟାଗ୍ରାମରେ ଫୋଟ ପୋଷ୍ଟକୁ ନେଇ ମାଆ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି….
ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ପୁଟୁ ଗ୍ରାମରେ ଇନଷ୍ଟା ଗ୍ରାମରେ ଫୋଟ ପୋଷ୍ଟକୁ ନେଇ ମାଆ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି l ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ମାଆ ଝିଅ ହେଲେ ପୁଟୁ ଗ୍ରାମର ଦେବରାଜ ନାଇକଙ୍କ ସ୍ତ୍ରୀ ବଙ୍ଗାଳୀ ନାୟକ(60) ଓ ଝିଅ ଲିଜା ରାଣୀ ନାୟକ(20) l ସୂଚନା ଅନୁସାରେ ପୁଟୁ ଗ୍ରାମର ଜଣେ ଯୁବକ ଇନଷ୍ଟା ଗ୍ରାମରେ ଫେକ ଆଇଡି ଖୋଲି ଝିଅ ଲିଜା ରାଣୀ ନାୟକର ଫୋଟ ମୋବାଇଲ୍ ନମ୍ୱର ପୋଷ୍ଟ କରିଥିଲେ l ଯାହାକୁ ନେଇ ସେହି ଯୁବକଙ୍କ ସହ ମାଆ ବଙ୍ଗାଳୀ ନାୟକ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା l ପରେ ଯୁବକ ଜଣଙ୍କ ରାଗରେ ଧାରୁଆ ଅସ୍ତ୍ରରେ ମାଆ ଝିଅକୁ ଆକ୍ରମଣ କରିଥିବା ସୂଚନା ରହିଛି । ଏହି ଘଟଣା ବୁଧବାର ଦିନ 12 ଘଂଟ ସମୟରେ ଘଟିଥିବା ସୂଚନା ରହିଛି । ଏହି ଘଟଣାକୁ ନେଇ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁଙ୍କୁ ବୁଝିବା ବେଳେ ସେ କହିଥିଲେ ସମ୍ପୃକ୍ତ ଘଟଣା ବିଷୟରେ ଅବଗତ ରହିଛି ଓ ତଦନ୍ତ ଜାରି ରହିଛି l କିନ୍ତୁ କୌଣସି ଅଭିଯୋଗ ମିଳି ନାହିଁ କି ମାମଲା ରୁଜୁ ହୋଇ ନାହିଁ । ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ ଏନେଇ ଧରାକୋଟ ଥାନାରେ ଅଭିଯୁକ୍ତକୁ ଅଟକ ରଖା ଯାଇଛି ।