କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ମା ଖମ୍ବେଶ୍ବରୀ ବସ….

ଅନୁସନ୍ଧାନ ଭାରତ(ବ୍ୟୁର): ଶୁକ୍ରବାର ସକାଳ ପ୍ରାୟ 5 ଘଣ୍ଟା ସମୟରେ ଖମ୍ବେଶ୍ବରୀ ନାମକ ଯାତ୍ରିବାହୀ ବସ ଭାରସାମ୍ୟ ହରେଇ ଦୁର୍ଘଟଣା ଗ୍ରସ୍ତ ହୋଉଛି I ସୂଚନା ପ୍ରକାରେ ମା ଖମ୍ବେଶ୍ବରୀ ବସ ନମ୍ବର OD-07-F-9181 ରାୟପୁର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା I ବସରେ ପ୍ରାୟ 15 ରୁ 16 ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ I ଏହି ସମୟରେ ବସ ଭରସାମ୍ୟ ହରାଇ ଓଲୋଟି ପଡ଼ି ଥିଲା l ଆହତଙ୍କୁ ଏକ ବୋଲେରୋରେ ଭଞ୍ଜନଗର ମେଡିକାଲ ପଠା ଯାଇଥିବା ସୂଚନା ରହିଛି I ଘଟଣା ସ୍ଥଳରେ 108 ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ନ ପାଇ ଫେରିଯାଇଛି I ଘଟଣା ସ୍ଥଳରେ ଘୁ.ଉଦୟଗିରି ଥାନା ଭାରପ୍ରାପ୍ତ ଅଧି କାରୀ ବିଜୟ କୁମାର ସ୍ୱାଇଁ ଏବଂ ଏସ. ଆଇ. ଅନନ୍ତ କୁମାର ପ୍ରଧାନ ଦୁର୍ଘଟଣାର ଅନୁଧ୍ୟାନ କରୁଛନ୍ତି I