ତୁମୁଡ଼ିବନ୍ଧ ପୁଲିସକୁ ବଡ଼ ସଫଳତା ବ୍ୟବସାୟୀଙ୍କ ଘରୁ ବନ୍ଧୁକ ଦେଖାଇ ଲୁଟ୍ ଘଟଣାର ପର୍ଦ୍ଦାଫାଶ…

ବାଲିଗୁଡ଼ା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସନ୍ତୋଷ ସାହୁ ନାମକ ଏକ ବ୍ୟବସାୟୀ ଙ୍କ ଠାରୁ କିଛି ଦୃର୍ବୁତ୍ତ ମୁଖା ପିନ୍ଧି ବନ୍ଧୁକ ଦେଖାଇ ଘରୁ ସୁନା, ଗହଣା, ଟଙ୍କା ଲୁଟ୍ କରିଥିଲେ । ଏନେଇ ତୁମୁଡ଼ିବନ୍ଧ ବଣିକ ସଂଘ ବାରମ୍ବାର ଚୋରି, ଡ଼କାୟତି ହେଉଛି ସେ ନେ଼ଇ ରାସ୍ତା ରୋକ କରିଥିଲେ ପୁଲିସ୍ କୌଣସି ପଦକ୍ଷେପ ନେଉନାହାନ୍ତି । ଏହାକୁ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ବଣିକ ସଂଘ ଓ ଚୋରି ହୋଇଥିବା ବ୍ୟବସାୟୀଙ୍କ ସହ ଆଲୋଚନା କରି ଏହି ଡ଼କାୟତି ଘଟଣାକୁ ହାତ ନେଇ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ଡ଼କାୟତିକୁ ଧରିବାରେ ମଧ୍ଯ ସଫଳ ହୋଇଥିଲେ । ଡ଼କାୟତି କରିଥିବା ଅଭିଯୁକ୍ତମାନେ ଲଗାତାର ଡିସେମ୍ବର, ଜାନୁୟାରୀ ଓ ଫେବୃୟାରୀ ତିନି ମାସ ଧରି ଡ଼କାୟତିରେ ଲିପ୍ତ ଥିଲେ । ପୂର୍ବରୁ ଡ଼କାୟତି ହୋଇଥିବା ଗ୍ୟଙ୍ଗର କିଛି ଦୁବୃର୍ତ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ବ୍ୟବସାୟୀଙ୍କ ଘରୁ ଡ଼କାୟତି କରିଥିବା ଅଭିଯୁକ୍ତ ମାନେ ତୁମୁଡ଼ିବନ୍ଧରେ ନ ରହି ରାୟଗଡା ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବୁଲୁ ଥିଲେ । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ପ୍ରିୟରଞ୍ଜନ ମଣ୍ଡଳ ପିତା ପ୍ରଭାତ ମଣ୍ଡଳ, ମୋତିରାମ ପରାସେଠ୍ ମାଲିକାପଡ଼ା, ପିଙ୍କୁ ନାୟକ ବୁଡ଼ାପଡ଼ା, ରିଚାର୍ଡ ଟାୱେଲ ନାୟକ ଶଗଡ଼ ସାହି, ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ହୋଇଥିବା ବେଳେ ଆଉ ଜଣେ ଦାରିଂବାଡ଼ିର ଥାନା କୁପାବାଡି ଗ୍ରାମର ପୀଙ୍କୁ ନାୟକ l ଏହି ପାଞ୍ଚଜଣଙ୍କୁ ତୁମୁଡ଼ିବନ୍ଧ ପୁଲିସ ଗିରଫ କରି ବଡ଼ ସଫଳତା ହାସଲ କରିବା ସହ ବ୍ୟବସାୟୀଙ୍କ ଘରୁ ବନ୍ଧୁକ ଦେଖାଇ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରୁଛି l ଏହି ପାଞ୍ଚଜଣଙ୍କ ଠାରୁ ନଗଦ ୩୩୨୦୦, ସୁନା ୧୫୦ଗ୍ରାମ ରୂପା ୧୬ଗ୍ରାମ, ଦୁଇଟି ମୋବାଇଲ, ବ୍ୟାଙ୍କରେ ବନ୍ଧକ ରଖି ଥିବା ଦସ୍ତାବିଜ, ଦୁଇଟି ଗ୍ଲୋବସ୍, ପାଞ୍ଚଟି ମାସ୍କ୍, ଦୁଇଟି ସିଲୋ ଟେପ୍ ଜବତ କରି  ଏକ ମାମଲା ନମ୍ୱର୍ ୩୧/୨୫ରେ ରୁଜୁ କରି କୋର୍ଟ ଚାଲାଣ କରିଥିବା ସହିତ ପୂର୍ବରୁ ୨୯/୨୧,୯୦/୨୨/୧୧/୨୩/୧୪୭/୨୪/୧୫୦/୨୪ ମାମଲାରେ ସଂପୃକ୍ତ ଥିବା କହିଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରି ରାମେନ୍ଦ୍ର ପ୍ରାସଦ ।