ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କଳିଙ୍ଗା ଘାଟିରେ ରବିବାର ଅପରାହ୍ନରେ ଏକ ଟମାଟୋ ବୋଝେଇ ଟ୍ରକ ଓଲଟି ପଡିଛି । ହେଲେ ଟ୍ରକର ଡ୍ରାଇଭର ଓ ହେଲପର ମୃତ୍ୟୁ ମୁଖରୁ ଅଲ୍ପକେ ବର୍ତ୍ତି ଯାଇଛନ୍ତି.। ଟ୍ରକଟି ଭିଲାଇରୁ ଟମାଟ ବୋଝେଇ ହୋଇ ବ୍ରହ୍ମପୁର ଆସୁଥିଲା ।ଟ୍ରକଟି ଘାଟି ଓହ୍ଲାଇବା ସମୟରେ ବୁଲାଣି ରାସ୍ତାରେ ଏକ କାର ବିପରୀତ ପଟୁ ହଟାତ୍ ଆସିଯିବାରୁ ଟ୍ରକ ଚାଳକ ବ୍ରେକ୍ ଦେଇଥିଲେ । ଫଳରେ ଟମାଟୋ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗାର୍ଡ ୱାଲରେ ପିଟି ହୋଇ ଓଲଟି ପଡିଥିଲା । କିନ୍ତୁ ଏକ ବଡ ଦୁର୍ଘଟଣାରୁ ଗାଡିର ଚାଳକ ଓ ହେଲ୍ପର ବର୍ତ୍ତି ଯାଇଛନ୍ତି । ଟ୍ରକରେ ଥିବା ଲକ୍ଷାଧିକ ଟଙ୍କାର ଟମାଟ ନଷ୍ଟ ହୋଇଛି । ଖବର ପାଇ ଭଞ୍ଜନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।