ବାଲିଗୁଡ଼ା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଳକ ପରିସର ମିଶନ ଶକ୍ତି କନଫରେନ୍ସ ହୋଲ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କୋଟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାୟକଙ୍କ ନେତୃତ୍ବରେ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିବା ବେଳେ ବିଚାରକ ଭାବେ ଉପ ଜିଲ୍ଲାପାଳ ଡକ୍ଟର ରିନା ପ୍ରଧାନ, ସମ୍ୱନିତ ଅଧିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ଆରୋକ୍ଷା ଅଧିକାରୀ ହରିଶ ବିଶି ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ମୋଟ ୮୧ ଗୋଟି ଅଭିଯୋଗ ଗ୍ରହଣ କରିବା ସହିତ ବିଭିଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା ପ୍ରକାରେ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ କରିବା ପାଇଁ ବିଭିଗିୟ ଅଧିକାରୀଙ୍କୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।