ଦାରିଙ୍ଗବାଡିରେ ନୂତନ ଜିଲ୍ଲା ବିଜେପି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀଙ୍କୁ ଦାରିଙ୍ଗବାଡି  ବିଜେପି  ମଣ୍ଡଳ ପକ୍ଷରୁ ରବିବାର ଦିନ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି l ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସ୍ୱାଗତ କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ  ଚାରି ଛକ ଦେଇ ତିନି ଛକ ରାଧାକୃଷ୍ଣ ମନ୍ଦିର ଓ ଶିବ ମନ୍ଦିର ଦେଇ ରାଣୀ ଦୁର୍ଗା ଗେଷ୍ଟ ହାଉସରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ମଣ୍ଡଳ ସଭାପତି ମିଟୁ ସାହୁଙ୍କ  ପୌରହିତ୍ୟ କାର୍ଯ୍ୟକ୍ରମରେ ନୂତନ ଭାବେ କନ୍ଧମାଳ  ଜିଲ୍ଲା ବିଜେପି ସଭାପତି ନିଯୁକ୍ତ ହୋଇଥିବା ପଣ୍ଡିତ ବିଶି ମାଝୀଙ୍କୁ  ମଣ୍ଡଳ ତରଫରୁ  ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ନୂତନ ସଭାପତି ଶ୍ରୀ ମାଝୀଙ୍କ ନେତୃତ୍ୱରେ ଜିଲ୍ଲାରେ ବିଜେପି ଦଳ ନିଶ୍ଚିତ ଭାବେ ଶକ୍ତିଶାଳୀ ହେବ ଏବଂ ଏଥିରେ  ସମସ୍ତ କାର୍ଯ୍ୟକର୍ତାଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ  ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନୂତନ ବିଜେପି ଜିଲ୍ଲା ସଭାପତି ଶ୍ରୀ ମାଝୀ  ନିଜ ବକ୍ତବ୍ୟରେ କହିଥିଲେ ଯେ, ତୃଣମୂଳସ୍ତରେ ବିଜେପିକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତା ନିଷ୍ଠାର ସହ ସଂଗଠିତ ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ ପଡିବ । ସେହିପରି ନିଷ୍ଠା, ଧର୍ଯ୍ୟ ଏବଂ ଅଧ୍ୟବସାୟ ହେଉଛି ସବୁ ସଫଳତାର ମାପ କାଠି ବୋଲି କହିଥିଲେ l ଏଣୁ ସମସ୍ତ କାର୍ଯ୍ୟକର୍ତା ଏହି ନିମୟ ପାଳନ କରି ବୁଥସ୍ତରରୁ ଦଳ ପାଇଁ କାର୍ଯ୍ୟ କରିବା ପାଇଁ  ଜିଲ୍ଲା ସଭାପତି ଏହି ଅବସରରେ ଆହ୍ୱାନ ଜଣାଇଥିଲେ । ଏହି ବୈଠକରେ କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡି ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ତଥା ଜିଲ୍ଲା ବିଜେପି ଜିଲ୍ଳା ପ୍ରତିନିଧି ସନ୍ତୋଷ କୁମାର ସାହୁ  ଓ ଦାରିଙ୍ଗବାଡି ପଞ୍ଚାୟତ  ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ,  ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ସୁକାନ୍ତ କୁମାର ସାହୁ , ଜିଲ୍ଲା ସମ୍ପାଦକ  ହରେନ କୁମାର ସାହୁ, ପୂର୍ବତନ ବ୍ଲକ ସଭାପତି ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l