କନ୍ଧମାଳରେ ଆରମ୍ବ ହେଲା ବହୁ ପୁରାତନ ପାରମ୍ପରିକ ପୁଢ଼ ଯାତ୍ରା..

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମପଞ୍ଚାୟତ କଜୁକ୍ଲାପି ଗ୍ରାମରେ ଗତକାଲି ଛତା ଉଠାଣ ଯାତ୍ରା ଏବଂ ଆଜି ପୁଢ଼ ବନ୍ଧା କରାଯାଇଛି l ଆସନ୍ତା କାଲି ପୁଢ଼ ବଳି ଯାତ୍ରା କରି ପାଞ୍ଚ ତାରିଖ ଦିନ ଧୂଳି ଯାତ୍ରା ସହ ଏହି ସର୍ବ ପୁରାତନ କନ୍ଧମାଳର ପାରମ୍ପରିକ ଯାତ୍ରା ଶେଷ କରିବେ । ଏହି ଯାତ୍ରା କନ୍ଧମାଳର ଅନେକ ସ୍ଥାନରେ ଦେଖିବାକୁ ମିଳେ l ଅଧିକାଂଶ ବାଲିଗୁଡା, ନୂଆଗାଁ, ତୁମ୍ବୁଡ଼ିବନ୍ଧ ଅଞ୍ଚଳରେ ଦେଖିବାକୁ ମିଳେ । ପୁଢ଼ ଯାତ୍ରାଟି ବହୁ ପୁରାତନ କାଳରୁ ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ପାଳନ କରିଆସୁଛନ୍ତି ଓ ବର୍ତ୍ତମାନ ମଧ୍ୟ ଅନୁଷ୍ଠିତ ହେଉଛି । ଆଦିବାସୀ ଲୋକ କହିବାନୁସାରେ ଏହି ଯାତ୍ରା ମାଟି ଦେବତାକୁ ଶାନ୍ତି କରିବାକୁ କରାଯାଏ । ଯାତ୍ରା ଆରମ୍ବ ଦିନ ନିଜ ନିଜ ଗ୍ରାମ ମଧ୍ୟରେ ଥିବା ବଡ ବଡ ପାହାଡ ଦେବତାକୁ ଏକ ଅଣ୍ଡା ଓ ଅରୁଆ ଚାଉଳ ସହ ପୂଜାର୍ଚନା କରି ପ୍ରଥମେ ଛତା ଉଠାଣ କାର୍ଯ୍ୟକ୍ରମ କରା ଯାଏ, ଦ୍ୱତୀୟ ଦିନ ପୁଢ଼ ବାନ୍ଧିବା କାର୍ଯ୍ୟକ୍ରମ କରାଯାଏ, ତୃତୀୟ ଦିନ ପୁଢ଼ ବଳି ଦେଇ ଚତୁର୍ଥ ଦିନ ଧୂଳି ଯାତ୍ରା କରି ଯାତ୍ରାକୁ ଶେଷ କରିଥାନ୍ତି । ଏହି ଯାତ୍ରାରେ ଆଦିବାସୀ ଲୋକ ମାନେ ପାରମ୍ପରିକ ନୃତ୍ୟ ସହିତ ଆଦିବାସୀ ବାଦ୍ୟ ଯନ୍ତ୍ର ବଜେଇ ଛଟରୁ ବଡ଼ଲୋକ ପର୍ଯ୍ୟନ୍ତ ନାଚ ଗୀତ କରି ପାଳିଥାନ୍ତି ।