ତେଲେଙ୍ଗାନା ରେ ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ: କାରଣ ଅସ୍ୱଷ୍ଠ , କିପରି ପହଞ୍ଚିବ ମର ଶରୀର ଚିନ୍ତାରେ ପରିବାର ଲୋକେ..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଭ୍ରମର ବାଡ଼ି ପଞ୍ଚାୟତ ଅନ୍ତର୍ଗତ ଶ୍ରାମ ବାଡ଼ି ଗ୍ରାମର ଜୈନିକା  ଚନ୍ଦ୍ରମା ମଲ୍ଲିକ (୩୨)ଙ୍କର କୌଣସି କାରଣ ବଶତଃ ତେଲେଙ୍ଗାନା ପ୍ରଦେଶସ୍ଥ ମେହେବୁବା ବାଦ୍ ଜିଲ୍ଲାର ୟେଲାନ୍ଦୁ ଠାରେ ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି । ସୂଚନା ଅନୁଯାୟୀ ଚନ୍ଦ୍ରମା ମଲ୍ଲିକ ଗତ ଦୁଇମାସ ହେବ ଯାଜପୁର ଜିଲ୍ଲା ମଙ୍ଗଳ ପୁର ନିବାସୀ ରାମଚନ୍ଦ୍ର ଦାସଙ୍କ ପୁଅ ଅନିଲ ଦାସଙ୍କୁ ପ୍ରେମ ବିବାହ କରିଥିଲେ l ସେମାନେ ଦାଦନ ଖଟିବାକୁ ଯାଇ ତେଲେଙ୍ଗାନା ରାଜ୍ୟର ମେହେବୁବା ବାଦ ଜିଲ୍ଲାର ୟେଲାନ୍ଦୁ ଠାରେ ରହି କୌଣସି ଏକ ଘରୋଇ କମ୍ପାନୀରେ ଅନିଲ କାମ କରୁଥିଲେ l ଅନିଲଙ୍କ କହିବା ଅନୁଯାୟୀ ଉଭୟଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇ ଥିଲା ଅନିଲ କାମରୁ ଫେରିବା ବେଳକୁ ତାଙ୍କ ସ୍ତ୍ରୀ ବେକରେ ଲୁଗା ଦେଇ ଆତ୍ମ ହତ୍ୟା କରିଥିବା କହୁଥିବା ବେଳେ ଖବର ପାଇ ସେଠାକାର ପୁଲିସ ଶବ ଜବତ କରିବା ସହ ଅନିଲକୁ ଅଟକ ରଖିଥିବା ଜଣା ପଡ଼ିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସତ୍ୟା ଜଣା ପଡ଼ିବ । ଚନ୍ଦ୍ରମାଙ୍କ ପରିବାର ଲୋକେ ବିଧାୟକ ପ୍ରତିନିଧି ପିଟର ଦିଗାଲଙ୍କୁ ସାକ୍ଷାତ କରି ପ୍ରଶାସନର ସହଯୋଗ କାମନା କରିଥିବା ବେଳେ କିପରି ଶବ ନିଜ ଗ୍ରାମକୁ ପହଞ୍ଚି ପାରିବ ସେ ନେଇ ପରିବାର ଲୋକେ ଚିନ୍ତିତ ଥିବା ବେଳେ ପ୍ରଶାସନ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଛି ।