ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ନୁଆସାହି ବନ୍ଧ ଛକରେ ପରିବାର ପତିପୋଷଣ ପାଇଁ କଞ୍ଚା ମାଛ ଚିଙ୍ଗୁଡ଼ି ବିକ୍ରିକରି ପରିବାର ପ୍ରତିପୋଷଣ କରୁଥିଲେ ବ୍ୟବସାୟୀଙ୍କ ଉପରେ ଆକ୍ରସମୂଳକ ଭାବେ ବିଜ୍ଞାପିତ ଅଞ୍ଚଳ ପରିସରର କର୍ମଚାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ଅନୁସାରେ ପ୍ରଥମେ ନୋଟିସ ଦେବା କଥା l କିନ୍ତୁ ବିନା ନୋଟିସରେ ହଠାତ ପିଙ୍ଗା ଫପଡା କରିଥିବା ଅଭିଯୋଗ କରିଛନ୍ତି ଦୁଇ ମହିଳା ମାଛ ବେପାରୀ । କେବଳ ସେତିକି ନୁହେଁ ମାଛ ବେପାରୀ ମହିଳାମାନଙ୍କୁ ଟଣାଉତୁରା କରିବା ସହିତ ମାଛ ଡ୍ରେନରେ ପିଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ମାଛ ବେପାରୀ । ସରକାରୀ କର୍ମଚାରୀ ଦବଙ୍ଗଗିରି ଦେଖେଇବା ଠିକ ଅଛି କିନ୍ତୁ ତା ପୂର୍ବରୁ ବେପାରୀଙ୍କୁ ନୋଟିସ ଦେବାର ଥିଲା ବୋଲି ପ୍ରତକ୍ଷ ଦର୍ଶୀ କହିଛନ୍ତି । ଏହା ନିରୀହ ଉପରେ ସବଳର ଅତ୍ୟାଚାର । ଏହି ଗରିବ ମାଛଙ୍କ କ୍ଷତି ପୂରଣ କିଏ ଦେବ ? ଏହି ଘଟଣା ଅତ୍ୟନ୍ତ ଚିନ୍ତା ଜନକ ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି l