ସନ୍ତୋଷ ହିରୋ ସୋରୁମ ତରଫରୁ ସ୍ବଛ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରା.ଉଦୟଗିରି(ଆକାଶ ଦାସ): ଆଜି ଗଜପତିଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ ସେବା କେନ୍ଦ୍ର ପରିସଓ ଚତୁଃପାଶ୍ୱର୍ସରେ “ସନ୍ତୋଷ ମୋଟର୍ସ” ମହେନ୍ଦ୍ରଗଡ଼ ସୋରୁମ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଏନ୍ୟ ଜୟ ପ୍ରକାଶ ଓ ଲେବ ଟେକ୍ନିସିଆନ ସନ୍ତୋଷ ଗୁପ୍ତାଙ୍କ ସହ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଗଣ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ । ମହେନ୍ଦ୍ରଗଡ ସ୍ଥିତ ହିରୋ ସୋରୁମର ମାଲିକ ସନ୍ତୋଷ କୁମାର, ସୋରୁମର ସମସ୍ତ କର୍ମଚାରୀମାନଙ୍କୁ ସାଥିରେ ନେଇ ଚନ୍ଦ୍ରଗିରିରେ ପହଞ୍ଚଥିଲେ । ଏହା ଜାଣି ମେଡିକାଲର ସମସ୍ତେ ଖୁସିହେବା ସହ ସନ୍ତୋଷ ମଟରସ କର୍ମଚାରୀଙ୍କ ସହ ମିଶି ସ୍ବଛ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରି, ସ୍ବାସ୍ଥ୍ୟ କେନ୍ଦ୍ରର ମଇଳା ଆବର୍ଜନା ସବୁ ଝାଡୁ ମାରି ସଫା କରି ପୋଡି ଦେଇଥିଲେ । ଏହାକୁ ଦେଖି ଲୋକେ ସୋରୁମ ମାଲିକଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।