ଉପର ତିଲି ଗ୍ରାମରେ ମୋହନ୍ଦ୍ର ବନ୍ୟାଞ୍ଚଳ ତରଫରୁ ଜଙ୍ଗଲ ନିଆଁ ନିରାକରଣ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ମହେନ୍ଦ୍ର ବନ୍ୟାଞ୍ଚଳ  ତରଫରୁ ଜଙ୍ଗଲ ନିଆଁ ନିରାକରଣ ସଚେତନତା ପାଇଁ ଏକ ଦିନିକିଆ ଭଲିବଲ ଟୁର୍ଣ୍ଣାମେଣ୍ଟ ତିନୋଟି ପଞ୍ଚାୟତ ଲାଇଲାଇ, ଏସ୍ କରଡାଶୀଙ୍ଗି, ଗଣ୍ଡାହାତିକୁ ନେଇ ଉପର ତିଲି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ତିନୋଟି ପଞ୍ଚାୟତର 12 ଗୋଟି ଟିମ୍ ଭାଗ ନେଇଥିଲେ l ଶେଷରେ ଏସଫାଇଲମ୍ ଟିମ୍ ଚାମ୍ପିଅନ ଏବଂ ସାନ ଲୋବା ଦଳ ରନରସ ଅପ୍ ହେଇଥିଲା l ମୁଖ୍ୟ ଅତିଥି ଭାବେ ମହେନ୍ଦ୍ର ବନ୍ୟା ଞ୍ଚଳ ଅଧିକାରି ଅମିତ୍ ଶୁବ୍ରଜିତ୍, ସମ୍ମାନିତ ଅତିଥି ଭାବେ ଲାଇଲାଈ ସରପଞ୍ଚ, ନାରାୟଣପୁର ବନପାଳ କାମେଶ୍ୱର ରାଓ ଉପସ୍ଥିତ ଥିଲେ l ସମସ୍ତ ଖେଳକୁ ବନରକ୍ଷୀ କାଳୀ ପ୍ରସାଦ ଶବର ପରିଚାଳନା କରିଥିଲେ । ବିଜୟୀ ଦଳକୁ ଟ୍ରଫି ସହ ନେଟ ଓ ବଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଚଳର ପ୍ରାୟ ପାଞ୍ଚ ଶହ ଜଣ ସାଧାରଣ ଲୋକ ଉପସ୍ଥିତ ଥିଲେ ।