ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ କାର୍ତ୍ତୀକା ଗମାଙ୍ଗ ହାଇସ୍କୁଲ ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ମା ଓ ଝୀଅ ଗୁରୁତ୍ୱର ଆହତ ହୋଇ ଛନ୍ତି l ଆହତମାନେ ହେଲେ ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତର ରଣାଲଇ ଗ୍ରାମର ବିଧବା ମାଁ ଆଲେଖି ପାଣି(୫୮) ଏବଂ ତାଙ୍କ ଝିଅ ରିନିମା ପାଣି(୩୦)। ଏହି ଦୁର୍ଘଟଣାରେ ଝୀଅ ରିନିମା ପାଣି ଗୁରୁତର ହୋଇଥିଲେ । ଆହତଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଲୋକେ ଚନ୍ଦ୍ରଗିରି ଗୋଷ୍ଠି ସ୍ବାସ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେମାନଙ୍କର ଅବସ୍ତା ଗୁରୁତ୍ୱର ଥିବାରୁ ମା ଏବଂ ଝିଅଙ୍କୁ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି । ସୂଚନା ପ୍ରକାରେ ମାଁ ଆଲେଖି ପାଣି ଏବଂ ଝିଅ ରିନିମା ପାଣିଙ୍କ ଛାତିର ହାଡ଼ ଭାଙ୍ଗି ରକ୍ତ ବାନ୍ତି କରୁ ଥିବାବେଳେ ମା ଅଲେଖି ପାଣିଙ୍କୁ ମୁଣ୍ଡରେ ଜୋର ଆଘାତ ଲାଗିଛି l ଯାହା ଫଳରେ ମୁଣ୍ଡରେ ସାତ ଗୋଟି ଷ୍ଟିଚ ପଡ଼ି ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଏହି ପିଡ଼ୀତ ପରିବାରକୁ କେଉଁ ଅଜଣା ଗାଡ଼ି ଧକ୍କା ମାରି ଚାଲିଗଲା, ତାହା ଯଥା ଶୀଘ୍ର ପ୍ରଶାସନ ତଦନ୍ତ କରି ଉଚ଼ିତ୍ ନ୍ୟାୟ ଦେବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।