ରାୟଗଡ଼(ଟିକି ଲିମା):ଗଜପତି ଜିଲ୍ଲା ରାୟଗଡ ଥାନା ଅଧୀନରେ ଥିବା କୁରୁଗୁବା ଗ୍ରାମ ନିକଟସ୍ତ ମୁଖ୍ୟ ରାସ୍ତାରେ ବାଇକ ଏବଂ ଟାଟା ମ୍ୟାଜିକ ମଧ୍ୟରେ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇ ଥିବା ସୂଚନା l ମୃତ ବ୍ୟକ୍ତି ହେଲେ ବୁରୁସିଂ ଗ୍ରାମର ଯୋଗେଶ ଶବର(୨୨) ଓ ଗୁରୁତର ଆହତ ବ୍ୟକ୍ତି ହେଲେ ସାନ ଲୋଵା ଗ୍ରାମର ଅଭିନାଶ ଶବର (୧୨) l ଦୁର୍ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସଳୟ ନିଆ ଯାଇଥିଲା l ହେଲେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଉତ୍ତକ୍ତ ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରି ଥିଲେ ପ୍ରାୟ ଅପରାହ୍ନ ୨ ଘଂଟିକା ଠାରୁ । ରାୟଗଡ ଥାନା ସୂଚନା ପୁଲିସ ସୂଚନା ପାଇବା ପରେ ଥାନା ଅଧିକାରୀ ଶ୍ରୀମତୀ ରୀନା ରାଣୀ ସାହୁଙ୍କ ସହ ଜିରାଙ୍ଗ ପୁଲିସ ଫାଣ୍ଡିର କର୍ମଚାରୀଙ୍କ ଉଦ୍ୟମରେ ଲୋକ ମାନଂକୁ ବୁଝା ସୁଝା କରା ଯାଉଅଛି । ଥାନା ଅଧିକାରୀ ଶ୍ରୀ ମତି ସାହୁଙ୍କ ସୂଚନା ଅନୁଯାଇ ଉକ୍ତ ଦୁର୍ଘଟଣା କରିଥିବା ଟାଟା ମାଜିକି ଡ୍ରାଇଭର ରାୟଗଡ ଥାନାରେ ଅଟକ ରଖା ଯାଇ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।