ଭଞ୍ଜନଗର(ନିଲୁ ବିଷୋୟୀ): କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁରକୁ ବାଇକ୍ ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଭଞ୍ଜନଗର ପୁଲିସ୍ କାବୁ କରିଛି । ଜଣେ ଅଭିଯୁକ୍ତକୁ ପୁଲିସ୍ ଧରିଥିବା ବେଳେ ୩ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି । ଗତକାଲି ଥାନା ଅଧିକାରୀ ଶ୍ରୀ ମୁଦୁଲି ଏଏସ୍ଆଇ ରୁଦ୍ରପ୍ରସାଦ କହଁର ପୁଲିସ୍ ଟିମ୍ ସହ ମୁଜାଗଡ ଗ୍ରାମ ନିକଟରେ ପେଟ୍ରୋଲିଂ ସହ ଯାନବାହାନ ଯାଞ୍ଚ କରୁଥିବା ସମୟରେ ଫୁଲବାଣୀ ପଟୁ ୨ଟି ବାଇକ ଆସିଥିଲା । ପୁଲିସକୁ ଦେଖି ଗାଡି ବୁଲାଇ ସେମାନେ ହଠାତ୍ ଗାଡି ବୁଲାଇ ପଳାଇ ଯାଇଥିଲେ । ଯିବା ସମୟରେ ଦୁଇଟି ବାଇକ ପଡିଯିବାରୁ ପୁଲିସ୍ ସେଠାକୁ ଯାଇଥିଲେ । ପୁଲିସକୁ ଦେଖି ସମସ୍ତେ ଦୌଡିଥିବା ବେଳେ ୪ ଜଣ ମଧ୍ୟରୁ ଜଣେ ଧରାପଡିଥିବା ବେଳେ ଅନ୍ୟ ୩ ଜଣ ଦୌଡି ପଳାଇଥିବା ଶ୍ରୀ ମୁଦୁଲି ପ୍ରକାଶ କରିଛନ୍ତି । ଏହା ପରେ ଗାଡି ଯାଞ୍ଚ ସମୟରେ ସେଥିରେ ୨୯ କେଜି ୫୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ଏନେଇ ପୁଲିସ୍ କେସ୍ ନମ୍ବର ୪୧/୨୫ ରେ ଏକ ମାମଲା ରୁଜୁ କରି ୨ଟି ବାଇକ, ଗଞ୍ଜେଇ ସହ ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋୟଗରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉଜୁମୁସ୍ପା ଗ୍ରାମର ଅଜୁତ କହଁରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି ।