କଳିଙ୍ଗ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ…

ଅନୁସନ୍ଧାନ ଭାରତ(ବ୍ୟୁର): ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ତରଫରୁ କଳିଙ୍ଗ ମହାବିଦ୍ୟାଳୟରେ “ଜାତୀୟ ଯୁବ ଦିବସ” ସଫଳତାର ସହିତ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର କାଉନସିଲର ଶ୍ରୀ ତପନ ଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମେହେର, ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗର ମୁଖ୍ୟା ଶ୍ରୀମତୀ ଝୁନୁମା ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବେ ଅର୍ଥନୀତି ବିଭାଗର ମୁଖ୍ୟ ଶ୍ରୀ ବିନାୟକ ବିଶ୍ଵାଳ ଯୋଗ ଦେଇଥିଲେ । ମଞ୍ଚାସୀନ ସମସ୍ତ ଅତିଥି ଜାତୀୟ ଯୁବ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ଦେଶର ମହାନ ପୁରୁଷ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ସମସ୍ତଙ୍କୁ ଆହ୍ଵାନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ତଥା ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।  ପରିଶେଷରେ ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ଗିରୀଶ୍ କୁମାର ମୁଥାମାଝି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।