ସ୍ୱାମୀ ବିବେକାନନ୍ଦ ଶିକ୍ଷା ଓ ଗୁରୁକୂଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା ଓ ଗୁରୁକୂଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଚବିଶି ତମ ଓ ଗୁରୁକୂଳ ସ୍କୁଲର  ଚତୁର୍ଥ ବାର୍ଷିକ ଉତ୍ସବ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଦେବସ୍ମିତା ଶତପଥୀ ଯୋଗ ଦେଇ ଥିବା ବେଳେ ଉଦଘାଟକ ଭାବେ ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଗୁରୁକୂଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ବ୍ରହ୍ମପୁରର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜି ଉଦୟଗିରି ବ୍ଲକ ଶିକ୍ଷା ଅଧିକାରୀ ମିହିର କୁମାର ପ୍ରଧାନ, ପତିତ ପାବନ ସାହୁ,ମାଧବ ଆପଟ, ଦିଲୀପ କୁମାର ଖାଡ଼ଙ୍ଗା ପ୍ରମୁଖ ଯୋଗ ଦେଇଥିଲେ।ସମ୍ପାଦକ ଅରୁଣ କୁମାର ଷଡଙ୍ଗୀ ସଭାପତିତ୍ବ କରିଥିବା ବେଳେ ସ୍ୱାଗତିକା ଦାସ ସ୍ଵାଗତ ଭାଷଣ ଦେଇଥିଲେ ଓ ଗୁରୁଜୀ ସ୍ମୃତି ରଞ୍ଜନ ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ ଅତିଥି ଗଣ । ସ୍ଵାଗତ ସଙ୍ଗୀତ ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଚମ୍ପିୟାନ ଭାବେ ଆରାଧ୍ୟ କହଁର, ସାଲିଭିନ ନାୟକ, ସମ୍ବିତ ମହାପାତ୍ର ସିଲ ପ୍ରଦାନ କରାଯାଇଥିଲା ।ଶେଷରେ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱାମୀ ବିବେକାନନ୍ଦଙ୍କ 162 ତମ ଜନ୍ମତିଥି ପାଳନ କରାଯାଇଥିଲା । ମିନି ମାରାଥନ କରି ସହର ପରିକ୍ରମା କରିଥିଲେ ଛାତ୍ରଛାତ୍ରୀ l ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।