ଗୁଡ୍ରୀଗାଁରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ପୁର୍ବତନ ୱାର୍ଡ ସଭ୍ୟାଙ୍କ ଗୃହ…

ଦାରିଙ୍ଗବାଡି(ଆଶୋକ ସିଂ): ଘରୋଇ ବିଦ୍ୟୁତ ତାରରୁ ଅଚାନକ ନିଆଁ ଲାଗି ଜଳି ଗଲା ପୁର୍ବତନ ୱାର୍ଡ ସଭ୍ୟାଙ୍କ ଗୃହ l ଏପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ସରାମୁଳୀ ପଞ୍ଚାୟତ ଅନ୍ତର୍ଗତ ଗୁଡ୍ରୀଗାଁ ଗ୍ରାମରେ l ସୂଚନା ଅନୁଯାୟୀ ପୁର୍ବତନ ୱାର୍ଡ ସଭ୍ୟା ସୁଜାତା ମାଝୀ ଓ ତାଙ୍କ ସ୍ଵାମୀ ସଞ୍ଜୟ ମାଝୀ କୌଣସି କାମରେ ବାହାରକୁ ଯାଇ ଥିଲେ l ସକାଳ ପ୍ରାୟ ୮ଘଣ୍ଟା ସମୟରେ କୌଣସି କାରଣ ବଶତଃ ବିଦ୍ୟୁତ୍ ତାରରୁ ନିଆଁ ଲାଗିଯାଇଥିଲା l ଘରେ ଥିବା ପିଲାମାନଙ୍କ ଚିତ୍କାର ଶୁଣି ପାଖରେ ଥିବା ଗ୍ରାମବାସୀମାନେ ଆସି ନିଆଁକୁ ନିୟନ୍ତ୍ରଣ କରିଥିଲେ l କାହାର କିଛି କ୍ଷତି ହୋଇ ନଥିବା ବେଳେ ସେହି ଗୃହର ଲୁଗା ପଟା ସମେତ ଧାନ ଚାଉଳ ଓ କେତେକ ଆବଶ୍ୟକୀୟ ନଥିପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି ।