ପ୍ରଥମ ଥର ନିଜ ଗ୍ରାମରେ ନୂଆଁ ବର୍ଷ ମନାଇଲେ ରୁନିତା ପ୍ରଧାନ, ବରିଷ୍ଠ ନାଗରିକ ଙ୍କୁ ଭକ୍ତି ଓ ସମ୍ମାନ ଜଣାଇଲେ ବ୍ରାହ୍ମଣୀଗାଁ ବଡ଼ ସାହି ବାସୀ…
ଦାରିଙ୍ଗବାଡି(ଆଶୋକ ସିଂ): ସାରା ବିଶ୍ବରେ ଇଂରାଜୀ ନବ ବର୍ଷ ୨୦୨୫କୁ ଧୁମ୍ ଧାମରେ ସ୍ୱାଗତ କରାଯାଇଅଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଡ଼ସାହି ବାସୀ ସ୍ଵତନ୍ତ୍ର ଭାବେ ନୂତନ ବର୍ଷ ପାଳନ କରିଛନ୍ତି । ସାହି ବାସିନ୍ଦାଙ୍କ ମଧ୍ୟରେ ଏକତା, ଶାନ୍ତି ଓ ସ୍ୱାହାର୍ଦ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି କରି ମିଳିମିଶି ଖାଇବା ନିମନ୍ତେ ଭୋଜିର ଆୟୋଜନ କରାଯାଇ ଥିଲା l ତଦ ସହିତ ଯୁବକ ଯୁବତୀ ଓ ମାଆ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା, ଗୀତ ନାଚ ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇ ଥିଲା l ଏଥିପାଇଁ ଦିନେଶ ନାୟକ ସନ୍ଦିପ ନାୟକ, ଶୁଭେନ୍ଦୁ ବଳିଆର ସିଂଓ ସୁଭାଜିତ ବଳିଆର ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ । ଗୁରୁବାର ଦିନ ସନ୍ଧ୍ୟା ସମୟରେ ସାଂସ୍କୃତିକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର୍ ମନୋରଞ୍ଜନ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ନୂତନ ଭାବେ ଓଡ଼ିଶା ପ୍ରାସାସନିକ ସେବା ରେ କୃତିତ୍ୱ ହାସଲ କରିଥିବା ରୁନିତା ପ୍ରଧାନ ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଭାବେ ସହକାରୀ ଜାଜକ ଉନିଲ୍ କୁମାର ନାୟକ, ସାହିର ସଭାପତି ରମାକାନ୍ତ ବଳିଆର ସିଂ, ଗ୍ରାମ୍ୟ କମିଟି ସଭାପତି ବିକ୍ରମ ବସ୍ତିରାୟ , ସମ୍ପାଦକ ରାଧାକାନ୍ତ ବଳିଆର ସିଂ, ନାରୀ ନେତ୍ରୀ ମେରିସା ନାୟକଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜରୀଆରେ ସାହିରେ ଥିବା ବରିଷ୍ଠ ନାଗରିକମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଅଙ୍ଗ ବସ୍ତ୍ର ପ୍ରଦାନ କରି ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରାଯାଇ ଥିଲା ଏବଂ ଯେଉଁ ମାନେ ଇହଧାମ ତ୍ୟାଗ କରି ଆମ ସମସ୍ତଙ୍କ ଠାରୁ ଚୀର ବିଦାୟ ନେଇଛନ୍ତି ସେମାନଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇ ଥିଲା । ପ୍ରାଶାସନିକ ସେବା କ୍ଷେତ୍ରରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ଗାଁ ଝିଅ ରୁନୀତା ପ୍ରଧାନ ନିଜ ଗ୍ରାମରେ ନୂତନ ବର୍ଷ ପାଳନର ଖୁସୀ ମନାଇବା ସହ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମଞ୍ଚାସିନ କରି ସମସ୍ତଙ୍କ ଖୁସୀକୁ ଦ୍ଵିଗୁଣିତ କରିଛନ୍ତି । ଅକ୍ଲାନ୍ତ ପରିଶ୍ରମ, କଠିନ ଅଧ୍ୟବସାୟ ଓ ଈଶ୍ୱରଙ୍କ ପ୍ରତି ଭୟ କରିବା ଦ୍ଵାରା ଜ୍ଞାନର ଆରମ୍ଭ ହୋଇଥାଏ l ଏଣୁ ସମୟର ସତ୍ ବିନିଯୋଗ କଲେ ସଫଳତାର ଶୀର୍ଷରେ ପହଞ୍ଚିବା ସମ୍ଭବ ବୋଲି ସେ ଆଗାମୀ ଯୁବ ପୀଢ଼ିଙ୍କୁ ପରାମର୍ଶ ଦେଇଥିଲେ । ଗ୍ରାମର ଯୁବକ ଯୁବତୀ ସାଂସ୍କୃତିକ କାର୍ଯକ୍ରମ ମଧ୍ୟାମରେ ସମସ୍ତଙ୍କର ମନୋରଞ୍ଜନ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ବିଜେତା ମାନଙ୍କୁ ପୁରସ୍କୃତ କରାଯାଇ ଥିବା ବେଳେ ରୋଷନ୍ ଓ ପପୁନ ମଞ୍ଚ ପରିଚାଳନା କରିଥିଲେ ।