ଦାରିଙ୍ଗବାଡି ଶୀତ ମହୋତ୍ସବ ପୋଷ୍ଟର ଉନ୍ମୋଚିତ, ମୁଖ୍ୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ଜଣାଇଲେ ବ୍ଲକ ପ୍ରଶାସନ ଓ ଶୀତ ମହୋତ୍ସବ କମିଟି…
ଦାରିଙ୍ଗବାଡି(ଆଶୋକ ସିଂ): ୨ ତାରିଖ ଦିନ ଅପରାହ୍ନରେ ପୋଷ୍ଟର ଉନ୍ମୋଚିତ ହୋଇଯାଇଥିଲା l ଏହାକୁ ସମିତି ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ ଏବଂ ବିଡ଼ିଓ ପ୍ରୀତିରଞ୍ଜନ ରଥ ଉନ୍ମୋଚିତ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦାରିଙ୍ଗବାଡି ଶୀତ ମହୋତ୍ସବ କମିଟି ଭେଟିଛନ୍ତି । କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ ଓ ଅନ୍ୟନ୍ୟା ସଦସ୍ୟମାନେ ଭୁବନେଶ୍ୱର ଯାଇ ବିଭିନ୍ନ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୀତ ମହୋତ୍ସବରେ ଯୋଗଦେବାକୁ ନିବେଦନ କରିଛନ୍ତି । ଗୋକୁକାନନ୍ଦ ମଲିକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ମହାପାତ୍ର, ରବିନାରାୟଣ ନାୟକ ପ୍ରମୁଖ ମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯିବା ସହ ଏହି ମହୋତ୍ସବରେ ଯୋଗଦାନ ପାଇଁ ନିବେଦନ କରାଯାଇଛି ।
ଆସନ୍ତା ୧୧ ଠାରୁ ଶୀତ ମହୋତ୍ସବର ଶୁଭାରମ୍ଭ ହେବ ଓ ୧୩ରେ ଉଦଯାପନୀ କରାଯିବ । ଏହି ୩ ଦିନ ଧରି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ବିଭିନ୍ନ କଳା ପ୍ରଦର୍ଶନ କରିବେ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ମହୋସ୍ବବରେ ସାଂସ୍କୃତିକ ସନ୍ଧ୍ୟାରେ ପାରମ୍ପରିକ ନୃତ୍ୟକଳା, ସଙ୍ଗୀତ, ମେଲୋଡି ଆଦି କାର୍ଯ୍ୟକ୍ରମ ରହିଥିବାରୁ ୧ ଶହରୁ ଉର୍ଦ୍ଧ୍ୱ ଷ୍ଟଲ ପଡ଼ିବ ଏବଂ ଏହି ଉତ୍ସବକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏହି ମହୋତ୍ସବରେ ଯୋଗଦେବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ହେବା ଆଶଙ୍କାରେ ବିଭିନ୍ନ ପଦକ୍ଷେପ ନିଆଯାଉଛି ।